ବେଳାଭୂମିରେ ଖୋଲିବନି ମଦ ଦୋକାନ

ପୁରୀ: ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ସଂଶୋଧିତ ବିଜ୍ଞପ୍ତି ଅନୁସାରେ ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଛି। ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନର ୫ […]

ବେଳାଭୂମିରେ ଖୋଲିବନି ମଦ ଦୋକାନ
ବେଳାଭୂମିରେ ଖୋଲିବନି ମଦ ଦୋକାନ

ପୁରୀ: ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ସଂଶୋଧିତ ବିଜ୍ଞପ୍ତି ଅନୁସାରେ ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଛି।

ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି। ଗତ ଦୁଇ ଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ଏହି ଘଟଣାକୁ କଡା ନିନ୍ଦା କରିଥିଲେ ।