ବରମୁଣ୍ଡା ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା । ବୁଧୁବାର ବିଳମ୍ବିତ ରାତିରେ ବରମୁଣ୍ଡା ଓଭର ବ୍ରିଜ ଉପରେ ଏକ ପିକ ଅପ ଭ୍ୟାନ ପଛକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇ ଉଦ୍ଧାର କରିବାକୁ ଯାଇଥିବାବେଳେ ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଦୁର୍ଘଟଣାରେ ପୋଲିସ ଗାଡ଼ି ଚୁରମାର ହୋଇଯାଇଥିଲା।ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ […]

ବରମୁଣ୍ଡା ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର
ବରମୁଣ୍ଡା ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା । ବୁଧୁବାର ବିଳମ୍ବିତ ରାତିରେ ବରମୁଣ୍ଡା ଓଭର ବ୍ରିଜ ଉପରେ ଏକ ପିକ ଅପ ଭ୍ୟାନ ପଛକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇ ଉଦ୍ଧାର କରିବାକୁ ଯାଇଥିବାବେଳେ ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଦୁର୍ଘଟଣାରେ ପୋଲିସ ଗାଡ଼ି ଚୁରମାର ହୋଇଯାଇଥିଲା।ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଥିଲା। କିଛି ସମୟ ମଧ୍ୟରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ଯାଇଥିଲା। ଦୁର୍ଘଟଣା ଖବର ପାଇଁ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ବରମୁଣ୍ଡା ବ୍ରିଜ୍ ଉପରେ ଏକ କୁକୁଡ଼ା ଚିଆଁ ବୋଝେଇ ମିନି ଟ୍ରକର ଟାୟାର ଫାଟିଯାଇଥିଲା । ଚକା ବଦଳାଇବା ବେଳେ ପଛ ପଟୁ ଏକ ଅଜଣା ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜଗିବା ସହ ରାସ୍ତାରେ ଲାଗିଥିବା ଗହଳିକୁ ହଟାଉଥିଲେ । ଏହି ସମୟରେ ଦୁଇଟି ପୋଲିସ ଭ୍ୟାନ୍‌କୁ ଜୋରଦାର ଧକ୍କା ଦେଇଥିଲା ୧୬ ଚକିଆ ଟ୍ରଲର । ଏହି ଟ୍ରଲର ଧକ୍କାରେ ଦୁଇଟି ପୋଲିସ ଗାଡ଼ି ଚୁରମାର ହେବା ସହ ଦୁଇ ଜଣ ପୋଲିସ କର୍ମୀ ଗୁରୁତର ହୋଇଥିଲେ । ଦୁର୍ଘଟଣାରୁ ଦୁଇ ସବ୍‌ ଇନ୍‌ସପେକ୍ଟର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ପୋଲିସ ଗାଡ଼ି ଚାଳକଙ୍କୁ ଅଟକ ରଖି ଜେରା କରୁଛି ।