କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍ରେ ବର୍ଷା ବାଧା
ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ଆନ୍ତଃ ଜିଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତାରେ ଗୁରୁବାର କଳାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ କଳାହାଣ୍ଡି ଦଳ ବିଜୟୀ ହୋଇଥିଲା। ସେହିପରି କନ୍ଧମାଳ ଓ ବଲାଙ୍ଗୀର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭର ୪ ମିନିଟ ପରେ ବର୍ଷା ଯୋଗୁ […] The post କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍ରେ ବର୍ଷା ବାଧା appeared first on Dharitri Odia News.
ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ଆନ୍ତଃ ଜିଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତାରେ ଗୁରୁବାର କଳାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ କଳାହାଣ୍ଡି ଦଳ ବିଜୟୀ ହୋଇଥିଲା। ସେହିପରି କନ୍ଧମାଳ ଓ ବଲାଙ୍ଗୀର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭର ୪ ମିନିଟ ପରେ ବର୍ଷା ଯୋଗୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଅସମାପ୍ତ ଖେଳ ଶୁକ୍ରବାର ସକାଳ ୭ଟା ୩୦ ମିନିଟରେ ଅନୁଷ୍ଠିତ ହେବ। କଳାହାଣ୍ଡି ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍ରେ କଳାହାଣ୍ଡି ଦଳ ୪-୨ ଗୋଲରେ ବିଜୟୀ ହୋଇଥିଲା। କଳାହାଣ୍ଡି ପକ୍ଷରୁ ଗଜେନ ମୁର୍ମୁ ୨ଟି ଗୋଲ ଦେଇଥିବାବେଳେ ଦେବାନନ୍ଦ ବୁଦୁଲିଆ, ସୁଜିତ ବାର୍ଲା ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ନୂଆପଡା ପକ୍ଷରୁ ତରୁଣ ମାଝୀ ୨ଟି ଗୋଲ ସ୍କୋର କରିଥିଲେ ।
ସେହିପରି ଦ୍ୱିତୀୟ ମ୍ୟାଚ୍ କନ୍ଧମାଳ ଓ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା କନ୍ଧମାଳ ଦଳ ୩-୧ ଗୋଲ ବ୍ୟବଧାନରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧର ୪ ମିନିଟ୍ ପରେ ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍କୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଶୁକ୍ରବାର ସକାଳ ସାଢ଼େ ୭ଟାରେ ଏହି ଅସମାପ୍ତ ଖେଳର ଆୟୋଜନ ହେବ। ଜିଲା କ୍ରୀଡ଼ା ସଂସଦର ଉପସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ୱ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପ୍ରାକ୍ତନ ଖେଳାଳି ଅତିଶ ପଣ୍ଡା, ଜ୍ଞାନରଞ୍ଜନ ପୂଜାରୀ ଓ ମନୋରଞ୍ଜନ କୁମାର ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଦଳର ୧୦ ନମ୍ବର ଖେଳାଳି ସୁଜିତ ବାର୍ଲାଙ୍କୁ ପ୍ରଥମ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।
The post କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍ରେ ବର୍ଷା ବାଧା appeared first on Dharitri Odia News.