ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମାର୍ଚ୍ଚ ୫ରେ ଡାକିଲେ ସର୍ବଦଳୀୟ ବୈଠକ, ବହିଷ୍କାର କଲା ବିଜେପି

ଚେନ୍ନାଇ ୧।୩: ତାମିଲନାଡୁରେ ପ୍ରସ୍ତାବିତ ଲୋକସଭା ସିଟ୍ ସୀମାନିର୍ଦ୍ଧାରଣ ଓ ୩ ଭାଷାକୁ ନେଇ ବିବାଦରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମାର୍ଚ୍ଚ ୫ ତାରିଖ ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକକୁ ରାଜ୍ୟରେ ବିଜେପି ସମେତ ୪୫ଟି ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ବିଜେପି ସର୍ବଦଳୀୟ ବୈଠକକୁ ବହିଷ୍କାର କରିବ ବୋଲି ଘୋଷଣା କରିଛି। ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନାମଲାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉପରେ ଲୋକଙ୍କ ମଧ୍ୟରେ କାଳ୍ପନିକ ଭୟ ସଞ୍ଚାର କରୁଥିବାର ଅଭିଯୋଗ କରିଛନ୍ତି। ବିଜେପିର ଜନୈକ ନେତା କହିଛନ୍ତି ଯେ ଆମେ ବୈଠକରେ ଭାଗ ନନେବାର କାରଣ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ପଠେଇଛୁ। ଷ୍ଟାଲିନଙ୍କୁ ଲେଖାଯାଇଥିବା ପତ୍ରରେ ଲୋକସଭା ନିର୍ବାଚନମଣ୍ଡଳି ସୀମା ନିର୍ଦ୍ଧାରଣ ଓ ତିନି ଭାଷା ନୀତି ଉପରେ ଅନେକ ପ୍ରଶ୍ନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ଆପଣ କେଉଁ ଆଧାରରେ ତାମିଲନାଡୁରେ ସଂସଦୀୟ ଆସନ ସଂଖ୍ୟା ହ୍ରାସ ପାଇବ ଆକଳନ କରୁଛନ୍ତି? କିଏ ଆପଣଙ୍କୁ ଏହି ସୂଚନା ଦେଇଛି ବୋଲି ପ୍ରଶ୍ନ କରାଯାଇଛି। ଯଦି ଆମ ପ୍ରଶ୍ନର ମୁଖ୍ୟମନ୍ତ୍ରୀ ସଠିକ ଉତ୍ତର ଦିଅନ୍ତି ତେବେ ଆମେ ବୈଠକରେ ଯୋଗ ଦେବା ନେଇ ପୁନର୍ବିଚାର କରିବୁ ବୋଲି ବିଜେପି ନେତା କହିଛନ୍ତି। ଷ୍ଟାଲିନ ଶନିବାର ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ସେ କହିଛନ୍ତି ଯେ ପ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମାର୍ଚ୍ଚ ୫ରେ ଡାକିଲେ ସର୍ବଦଳୀୟ ବୈଠକ, ବହିଷ୍କାର କଲା ବିଜେପି

ଚେନ୍ନାଇ ୧।୩: ତାମିଲନାଡୁରେ ପ୍ରସ୍ତାବିତ ଲୋକସଭା ସିଟ୍ ସୀମାନିର୍ଦ୍ଧାରଣ ଓ ୩ ଭାଷାକୁ ନେଇ ବିବାଦରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମାର୍ଚ୍ଚ ୫ ତାରିଖ ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକକୁ ରାଜ୍ୟରେ ବିଜେପି ସମେତ ୪୫ଟି ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ବିଜେପି ସର୍ବଦଳୀୟ ବୈଠକକୁ ବହିଷ୍କାର କରିବ ବୋଲି ଘୋଷଣା କରିଛି। ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନାମଲାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉପରେ ଲୋକଙ୍କ ମଧ୍ୟରେ କାଳ୍ପନିକ ଭୟ ସଞ୍ଚାର କରୁଥିବାର ଅଭିଯୋଗ କରିଛନ୍ତି। 

ବିଜେପିର ଜନୈକ ନେତା କହିଛନ୍ତି ଯେ ଆମେ ବୈଠକରେ ଭାଗ ନନେବାର କାରଣ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ପଠେଇଛୁ। ଷ୍ଟାଲିନଙ୍କୁ ଲେଖାଯାଇଥିବା ପତ୍ରରେ ଲୋକସଭା ନିର୍ବାଚନମଣ୍ଡଳି ସୀମା ନିର୍ଦ୍ଧାରଣ ଓ ତିନି ଭାଷା ନୀତି ଉପରେ ଅନେକ ପ୍ରଶ୍ନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ଆପଣ କେଉଁ ଆଧାରରେ ତାମିଲନାଡୁରେ ସଂସଦୀୟ ଆସନ ସଂଖ୍ୟା ହ୍ରାସ ପାଇବ ଆକଳନ କରୁଛନ୍ତି? କିଏ ଆପଣଙ୍କୁ ଏହି ସୂଚନା ଦେଇଛି ବୋଲି ପ୍ରଶ୍ନ କରାଯାଇଛି। ଯଦି ଆମ ପ୍ରଶ୍ନର ମୁଖ୍ୟମନ୍ତ୍ରୀ ସଠିକ ଉତ୍ତର ଦିଅନ୍ତି ତେବେ ଆମେ ବୈଠକରେ ଯୋଗ ଦେବା ନେଇ ପୁନର୍ବିଚାର କରିବୁ ବୋଲି ବିଜେପି ନେତା କହିଛନ୍ତି। 

ଷ୍ଟାଲିନ ଶନିବାର ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ସେ କହିଛନ୍ତି ଯେ ପ୍ରସ୍ତାବିତ ସଂସଦୀୟ ନିର୍ବାଚନମଣ୍ଡଳି ସୀମା ନିର୍ଦ୍ଧାରଣ ଦ୍ୱାରା ଲୋକସଭାରେ ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ହେବ। ତାଙ୍କ ଅନୁସାରେ ଏବେ ଥିବା ୩୯ଟି ଆସନ ହ୍ରାସ ହୋଇ ୩୧ ହୋଇଯିବ। ଫଳରେ ଦକ୍ଷିଣ ରାଜ୍ୟର ୮ ସଂସଦୀୟ ନିର୍ବାଚନମଣ୍ଡଳି ସମାପ୍ତ ହୋଇଯିବ। ଏହାଛଡା ସରକାରରେ ଥିବା ଡିଏମକେ ତିନି ଭାଷା ନୀତିକୁ ବିରୋଧ କରୁଛି ଓ ତାମିଲନାଡୁ ତାମିଲ ଓ ଇଂରାଜୀ ଭାଷାରେ ସନ୍ତୁଷ୍ଟ ବୋଲି କହୁଛି। ତେବେ କେନ୍ଦ୍ରର ଏନଡିଏ ସରକାର ତାମିଲନାଡୁ ଉପରେ ଜରଜବରଦସ୍ତ ହିନ୍ଦୀ ଲଦିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରୁଛି।