ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍ ଭୁବନଙ୍କୁ ଧରିଲା ପୋଲିସ
ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନ ଗରଡ଼ା। ରବିବାର ରାତିରେ ନବରଙ୍ଗପୁର ଥାନା ପୋଲିସ ସହରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ କାର୍ ପୋଲିସକୁ ଚକମା ଦେଖାଇ ଖସି ଯାଉଥିଲା। ପୋଲିସ ଗାଡ଼ିକୁ ପିଛା କରି ଧରିଥିଲା। ପୋଲିସ ଡ୍ରାଇଭରଙ୍କୁ ପରିଚୟ ମାଗିବାରୁ ନବରଙ୍ଗପୁର ସହର ସେନାପତି ସାହିର […] The post ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍ ଭୁବନଙ୍କୁ ଧରିଲା ପୋଲିସ appeared first on Dharitri Odia News.
ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନ ଗରଡ଼ା।
ରବିବାର ରାତିରେ ନବରଙ୍ଗପୁର ଥାନା ପୋଲିସ ସହରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ କାର୍ ପୋଲିସକୁ ଚକମା ଦେଖାଇ ଖସି ଯାଉଥିଲା। ପୋଲିସ ଗାଡ଼ିକୁ ପିଛା କରି ଧରିଥିଲା। ପୋଲିସ ଡ୍ରାଇଭରଙ୍କୁ ପରିଚୟ ମାଗିବାରୁ ନବରଙ୍ଗପୁର ସହର ସେନାପତି ସାହିର ଭୁବନ ଗରଡ଼ା ବୋଲି କହିଥିଲେ। ଜୁଲାଇ ୨୦୨୨ରେ ନବରଙ୍ଗପୁର ସହର ଗଦବାଗୁଡା ସାହିର ଶେଖ୍ ନିଜାମ ହତ୍ୟାକାଣ୍ଡର ସେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ଗାଡିକୁ ଟିକିନିଖି ଯାଞ୍ଚ କରିବାରୁ ଏକ ଦେଶୀ ବନ୍ଧୁକ ସହ ୪ଟି ଅଫୁଟା ଗୁଳି, ଗୋଟିଏ ଛୁରି, ନମ୍ବର ବିହୀନ କାର୍, ମୋବାଇଲ ଫୋନ୍, ୫ ସିମ୍କାର୍ଡ ଓ ୪ ନମ୍ବର ପ୍ଲେଟ ପୋଲିସ ଜବତ କରିଛି। ନବରଙ୍ଗପୁରର ଶେଖ୍ ନିଜାମ ହତ୍ୟାକାଣ୍ଡ ସହିତ ଡାବୁଗାଁ ହାଟରେ ଜଣେ ଗୋରୁ ବେପାରୀଙ୍କଠାରୁ ୨୮ ଲକ୍ଷ ଟଙ୍କା ଡକାୟତି ଘଟଣାରେ ମଧ୍ୟ ତାଙ୍କର ସମ୍ପୃକ୍ତି ରହିଛି। ଏଥିସହ ନବରଙ୍ଗପୁର ଓ ଡାବୁଗାଁ ଥାନାରେ ଅଭିଯୁକ୍ତ ଗରଡ଼ାଙ୍କ ନାମରେ ୭ଟି ମାମଲା ରହିଥିବା ନବରଙ୍ଗପୁର ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି।
The post ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍ ଭୁବନଙ୍କୁ ଧରିଲା ପୋଲିସ appeared first on Dharitri Odia News.