ଜମ୍ମୁ ଓ କଶ୍ମୀରରେ ସେନା-ଆତଙ୍କବାଦୀ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିପାତ

ବନ୍ଦିପୁରା: ଜମ୍ମୁ ଓ କଶ୍ମୀରରେ ମିଳତ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି ଓ ଆରଜଣକ ଘେରାବନ୍ଦୀରେ ଫସିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ବନ୍ଦିପୁରା ଅନ୍ତର୍ଗତ ଘଞ୍ଚ କାଟସୁନା ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୁଲିସର ସ୍ବତନ୍ତ୍ର ୟୁନିଟ୍‌, ଭାରତୀୟ ସେନା ଯବାନଙ୍କ ମିଳିତ ଟିମ୍‌ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ […]

ଜମ୍ମୁ ଓ କଶ୍ମୀରରେ ସେନା-ଆତଙ୍କବାଦୀ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିପାତ

ବନ୍ଦିପୁରା: ଜମ୍ମୁ ଓ କଶ୍ମୀରରେ ମିଳତ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି ଓ ଆରଜଣକ ଘେରାବନ୍ଦୀରେ ଫସିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ବନ୍ଦିପୁରା ଅନ୍ତର୍ଗତ ଘଞ୍ଚ କାଟସୁନା ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୁଲିସର ସ୍ବତନ୍ତ୍ର ୟୁନିଟ୍‌, ଭାରତୀୟ ସେନା ଯବାନଙ୍କ ମିଳିତ ଟିମ୍‌ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚଳାଇ ପଡ଼ୋଶୀ ଲୋଆବ୍‌-କୁପ୍‌ୱାରା ଖସି ଚାଲିଯିବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀ ଜଣକ ନିଷିଦ୍ଧ ଲସ୍କର ଏ ତୋଏବାର ସଦସ୍ୟ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ସହଯୋଗୀ ଆତଙ୍କବାଦୀ ଘେରାବନ୍ଦୀ ମଧ୍ୟରେ ଫସି ରହିଛି । ଏହି ଆତଙ୍କବାଦୀମାନେ ନଭେମ୍ବର ୧ରେ ପାନହର-ବନ୍ଦିପୁରା ରାସ୍ତାର ଏକ ପୁଲିସ କ୍ୟାମ୍ପ୍‌ ଉପରେ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ ବୋଲି ସେନା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।