ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ । ବୁଧୁବାର ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ସ୍ୱାମୀ ଦେବେନ୍ଦ୍ର ଦାସ ଏବଂ ନିଜର ସମର୍ଥକ ମାନଙ୍କ ସହ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ସୂଚନାନୁସାରେ, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଗତ […]

ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ
ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ । ବୁଧୁବାର ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ସ୍ୱାମୀ ଦେବେନ୍ଦ୍ର ଦାସ ଏବଂ ନିଜର ସମର୍ଥକ ମାନଙ୍କ ସହ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ।

ସୂଚନାନୁସାରେ, ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଗତ ଅକ୍ଟୋବର ୨୯ ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ସେ ୨୦୧୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ହୋଇଥିଲେ । ତେବେ ୨୦୨୪ ନିର୍ବାଚନରେ ସୁନନ୍ଦାଙ୍କୁ ବିଜେଡିରୁ ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଦଳ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ।