ବିହାର ଜାତିଗତ ଜନଗଣନା ପାଇଁ ନୀତୀଶ ମେଣ୍ଟ ଛାଡ଼ିଲେ : ରାହୁଲ
ନୂଆଦିଲ୍ଲୀ : ନୀତୀଶ କୁମାର ବିହାରରେ ମହାମେଣ୍ଟ ଛାଡ଼ି ଏନଡିଏ ସହ ହାତ ମିଳାଇବାର କିଛିଦିନ ପରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଉକ୍ତ ପ୍ରସଙ୍ଗରେ ନିରବତା ଭାଙ୍ଗିଛନ୍ତି। ରାହୁଲ କହିଛନ୍ତି ବିହାର ଜାତିଗତ ଜନଗଣନା ପାଇଁ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡ଼ିଲେ। ରାହୁଲ କହିଛନ୍ତି, ନୀତୀଶ କାହିଁକି ଅଟକିଗଲେ ମୁଁ ତାହା ବୁଝିପାରୁଛି। ମୁଁ ତାଙ୍କୁ କହିଥିଲି ଯେ ବିହାରରେ ଜାତିଗତ ଜନଗଣନା ହେବା ଆବଶ୍ୟକ। ଆମେ (କଂଗ୍ରେସ ଏବଂ ଆରଜେଡି) ନୀତୀଶଙ୍କୁ […]

ନୂଆଦିଲ୍ଲୀ : ନୀତୀଶ କୁମାର ବିହାରରେ ମହାମେଣ୍ଟ ଛାଡ଼ି ଏନଡିଏ ସହ ହାତ ମିଳାଇବାର କିଛିଦିନ ପରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଉକ୍ତ ପ୍ରସଙ୍ଗରେ ନିରବତା ଭାଙ୍ଗିଛନ୍ତି। ରାହୁଲ କହିଛନ୍ତି ବିହାର ଜାତିଗତ ଜନଗଣନା ପାଇଁ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡ଼ିଲେ। ରାହୁଲ କହିଛନ୍ତି, ନୀତୀଶ କାହିଁକି ଅଟକିଗଲେ ମୁଁ ତାହା ବୁଝିପାରୁଛି। ମୁଁ ତାଙ୍କୁ କହିଥିଲି ଯେ ବିହାରରେ ଜାତିଗତ ଜନଗଣନା ହେବା ଆବଶ୍ୟକ। ଆମେ (କଂଗ୍ରେସ ଏବଂ ଆରଜେଡି) ନୀତୀଶଙ୍କୁ ସର୍ଭେ ପାଇଁ ବାଧ୍ୟ କରିଥିଲୁ। କିନ୍ତୁ ବିଜେପି ଭୟ କରିଗଲା। ସେମାନେ ଏହି ଯୋଜନାକୁ ବିରୋଧ କଲେ। ନୀତୀଶ ଅଟକିଗଲେ ଏବଂ ବିଜେପି ମଧ୍ୟ ତାଙ୍କୁ ଚାଲିଯିବାପାଇଁ ବାଟ ଦେଖାଇଦେଲା। ରାହୁଲ କହିଛନ୍ତି, ଆପଣମାନଙ୍କୁ ସାମାଜିକ ନ୍ୟାୟ ଦେବା ଆମର ତଥା ଇଣ୍ଡିଆ ମେଣ୍ଟର ଦାୟିତ୍ବ। ଆମେ ମଧ୍ୟ ନୀତୀଶଙ୍କର ଆବଶ୍ୟକତା ଚାହୁନା। ଉଲ୍ଲେଖଯୋଗ୍ୟ ଯେ ନୀତୀଶ ମହାମେଣ୍ଟ ଛାଡ଼ି ଏନଡିଏରେ ହାତ ମିଳାଇବାପରେ ଲଗାତାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।