ଯମୁନା ବିଷ ଟିପ୍ପଣୀ ପାଇଁ କେଜ୍ରିୱାଲଙ୍କ ବିରୋଧରେ ଏତଲା
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି। କିନ୍ତୁ ମାତ୍ର କିଛି ଘଣ୍ଟା ପୂର୍ବରୁ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହରିୟାଣାର ଶାହବାଦ ଥାନାରେ ଏକ ମାମଲା ରୁଜୁ ହୋଇଛି। ହରିୟାଣା ସରକାର ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ବିଷ ମିଶାଉଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ। ଏନେଇ କେଜ୍ରିୱାଲଙ୍କ ବିରୋଧରେ ଜଗମୋହନ ମାନଚାନ୍ଦ ଅଭିଯୋଗ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ କେଜ୍ରିୱାଲଙ୍କ […]

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି। କିନ୍ତୁ ମାତ୍ର କିଛି ଘଣ୍ଟା ପୂର୍ବରୁ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହରିୟାଣାର ଶାହବାଦ ଥାନାରେ ଏକ ମାମଲା ରୁଜୁ ହୋଇଛି। ହରିୟାଣା ସରକାର ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ବିଷ ମିଶାଉଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ। ଏନେଇ କେଜ୍ରିୱାଲଙ୍କ ବିରୋଧରେ ଜଗମୋହନ ମାନଚାନ୍ଦ ଅଭିଯୋଗ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷେ ହରିୟାଣା କୋର୍ଟ କେଜ୍ରିୱାଲଙ୍କୁ ଏହି ମାମଲାରେ ଫେବ୍ରୁଆରି ୧୭ ତାରିଖରେ ସମନ୍ କରିଛନ୍ତି। ନିଜର ଦାବି ସମର୍ଥନରେ ପ୍ରମାଣ ରଖିବା ପାଇଁ କୋର୍ଟ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।