ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା ପ୍ରସ୍ତୁତି କରୁଛି। ଏହାଦ୍ୱାରା ଚିପ୍‌ ଉପକରଣ ନିର୍ମାତା କମ୍ପାନୀ ନୌରା ଟେକ୍ନୋଲୋଜି ଗ୍ରୁପ୍‌ ସମେତ ୧୪୦ରୁ ଅଧିକ ଚାଇନା କମ୍ପାନୀ ଉପରେ କଟକଣା ଲାଗୁ ହେବ। ଚାଇନାର ଆଡଭାନ୍ସ ଚିପ୍ସ ବିକାଶ କରିବାର ଦକ୍ଷତାକୁ […] The post ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା appeared first on Dharitri Odia News.

ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା ପ୍ରସ୍ତୁତି କରୁଛି। ଏହାଦ୍ୱାରା ଚିପ୍‌ ଉପକରଣ ନିର୍ମାତା କମ୍ପାନୀ ନୌରା ଟେକ୍ନୋଲୋଜି ଗ୍ରୁପ୍‌ ସମେତ ୧୪୦ରୁ ଅଧିକ ଚାଇନା କମ୍ପାନୀ ଉପରେ କଟକଣା ଲାଗୁ ହେବ। ଚାଇନାର ଆଡଭାନ୍ସ ଚିପ୍ସ ବିକାଶ କରିବାର ଦକ୍ଷତାକୁ ଦୁର୍ବଳ କରିବା ପାଇଁ ଆମେରିକା ପକ୍ଷରୁ ଏହି କଟକଣା ଲାଗୁ କରାଯିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ପ୍ରକାଶ ଯେ, ସେମିକଣ୍ଡକ୍ଟର ହେଉଛି ଏକ ପ୍ରକାରର ସିଲିକନ୍‌ ଚିପ୍‌, ଯାହା ସାଧାରଣତଃ କମ୍ପୁଟର, ମୋବାଇଲ ଫୋନ୍‌ ପରି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ଏବଂ ଗାଡ଼ିରେ ବ୍ୟବହୃତ ହୋଇଥାଏ।

The post ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା appeared first on Dharitri Odia News.