ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ
ପୁରୀ,୧୩।୯: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ବିବାଦ ବଢିବାରେ ଲାଗିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ କୁହାଯାଇଛି। ଏହାସହ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ ରୋଷଘର ପରଖିବା ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ […] The post ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ appeared first on Dharitri Odia News.
ପୁରୀ,୧୩।୯: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ବିବାଦ ବଢିବାରେ ଲାଗିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ କୁହାଯାଇଛି। ଏହାସହ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ ରୋଷଘର ପରଖିବା ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ପରମ୍ପରାର ଉଲ୍ଲଂଘନ ହେଉଛି। ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ଆପତ୍ତି ଉଠାଇଥିଲା ସୁଆର ମହାସୁଆର ନିଯୋଗ। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।
ପରମ୍ପରା ଅନୁଯାୟୀ, ଲୁହାକଡ଼େଇରେ କେବଳ ଅମାଲୁ ଓ ପିଠାଜାତୀୟ ଭୋଗ ପ୍ରସ୍ତୁତ କରାଯାଇଥାଏ। ମାଟିକୁଡୁଆରେ ସମସ୍ତ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ତେବେ କୁଡୁଆ ଅଭାବ ଆଳରେ କେତେଜଣ ସୁଆର ସେବକ ମହାପ୍ରଭୁଙ୍କ ପରମ୍ପରା ଭାଙ୍ଗି ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। ଏହି ଘଟଣା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସହସମ୍ପାଦକ ନରସିଂହ ପ୍ରତିହାରୀ କହିଛନ୍ତି, ମାଟି କୁଡୁଆ ଓ ଚୁଲିରେ ମହାପ୍ରସାଦ ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି। ତେବେ ବର୍ତ୍ତମାନ ମାଟିକୁଡୁଆର ଅଭାବ ପରିଲକ୍ଷିତ ହେଉଛି। ଫଳରେ ବିକଳ୍ପ ଭାବେ ଲୁହାକଡେଇରେ ମହାପ୍ରସାଦ ପ୍ରସ୍ତୁତ କରାଯାଉଛି। ତେବେ ମାଟି କୁଡୁଆରେ ମହାପ୍ରସାଦ ପ୍ରସାଦ ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନିଯୋଗକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ସେହିପରି ଜ୍ୟୋତିର୍ବିଦ୍ ତଥା ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ସେ ପିଲାବେଳୁ ଶୁଣି ଆସିଛନ୍ତି ମାଟି କୁଡୁଆ, ଚୁଲି ଓ କାଠ ଡଙ୍କିରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା। ତେବେ ଲୁହା କଡ଼େଇରେ ଯେଉଁ ରୋଷେଇ ହେଉଛି, ତାହା ମହାପ୍ରଭୁଙ୍କ ନିକଟରେ ଭୋଗ ପାଇଁ ଉପଯୁକ୍ତ ନୁହେଁ। ଏପରି କାର୍ଯ୍ୟ ଯେଉଁମାନେ କରୁଛନ୍ତି, ସେମାନେ ସଚେତନ ହେବା ଆବଶ୍ୟକ। ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ସୃଷ୍ଟି କରିବ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ସୁଆର ମହାସୁଆର ନିଯୋଗ ସହାୟତାରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆସିପାରିଛି। ଅପରପକ୍ଷରେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା କଥା ନୁହେଁ। ନିଯୋଗ ସହ ଏନେଇ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ। ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ ବୋଲି ସ୍ବାଇଁ ପ୍ରକାଶ କରିଛନ୍ତି।
The post ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ appeared first on Dharitri Odia News.