ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ

ପୁରୀ, ୨୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍‌ଖା ଆଦି ସେବନ କରିବା, ପଲିଥିନ, ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିଥିଲା। ସେହିପରି ଭକ୍ତମାନେ ଶୃଙ୍ଖଳିତ ପୋଷାକ ପରିଧାନ କରିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଏବେ ଆଉ ଏକ ନୂତନ […] The post ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ appeared first on Dharitri Odia News.

ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ

ପୁରୀ, ୨୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍‌ଖା ଆଦି ସେବନ କରିବା, ପଲିଥିନ, ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିଥିଲା। ସେହିପରି ଭକ୍ତମାନେ ଶୃଙ୍ଖଳିତ ପୋଷାକ ପରିଧାନ କରିବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଏବେ ଆଉ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ସେବାୟତମାନଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ଏଣିକି ଭଲ ବ୍ୟବହାର, ଭଲ ଆଚରଣ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖ ହୋଇଛି ଯେ, ଶଙ୍ଖକ୍ଷେତ୍ର ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଥିବା ଅଗଣିତ ଭକ୍ତମାନେ ଏକ ଦିବ୍ୟ ଓ ଆଧ୍ୟାତ୍ମିକ ଅନୁଭୂତି ନେଇ ଫେରନ୍ତୁ ଏବଂ ଏ ସ୍ଥାନର ମହନୀୟତା, ଆତିଥେୟତା ତଥା ସୁବ୍ୟବସ୍ଥା ସଂକ୍ରାନ୍ତରେ ବିଶ୍ୱକୁ ଅବଗତ କରାନ୍ତୁ। ଏଥିପାଇଁ ଆଉ ଏକ ବଡ଼ ଆହ୍ବାନ ହେଲା ଆଚରଣ ଓ ଉଚ୍ଚାରଣ। ଭକ୍ତଙ୍କୁ ଯେପରି କୌଣସି ସ୍ତରରେ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ ନ ହୁଏ ସେ ସଂକ୍ରାନ୍ତରେ ଆମକୁ ଅଧିକ ସଚେତନ ହେବାର ଆବଶ୍ୟକତା ଅନୁଭୂତ ହେଉଛି। ଭକ୍ତମାନେ ମହାପ୍ରଭୁଙ୍କ ଅତିଥି ଓ ତାଙ୍କର ଅନ୍ତରଙ୍ଗ ଦର୍ଶନାଭିଳାଷ ନେଇ ଆସିଥାନ୍ତି। ସେମାନଙ୍କର ଅସମ୍ମାନ ମହାପ୍ରଭୁଙ୍କ ଅସମ୍ମାନ ସହ ସମାନ। ତେଣୁ ଏଦିଗରେ ସମସ୍ତ କର୍ମଚାରୀ ଏବଂ ସେବକଗଣ ଯତ୍ନବାନ ହେଲେ ଭକ୍ତମାନଙ୍କ ଶ୍ରଦ୍ଧା ଓ ସମ୍ମାନ ଭାଜନ ହେବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ଭାରତୀୟ ସଂସ୍କୃତିରେ ‘ଅତିଥି ଦେବୋ ଭବଃ’ର ଯେଉଁ ଅମୃତ ଉଚ୍ଚାରଣ ଯୁଗେଯୁଗେ ଅନୁରଣିତ ହୋଇଆସିଛିି, ତାକୁ ଆମ ‘ଆଚରଣ’ରେ ପ୍ରତିଫଳିତ କରିବା ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଶ୍ରୀ ଓ ସମ୍ମାନ ବୃଦ୍ଧିରେ ସହାୟକ ହେବ ବେଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏନେଇ ଶ୍ରୀମନ୍ଦିର ଅଧିକାରୀ, କମାଣ୍ଡର, ସୁପରଭାଇଜର, ସେବାୟତ ନିଯୋଗ, ଛତିଶା ନିଯୋଗ ଆଦି ସମସ୍ତଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି। ପ୍ରଶାସନ ପକ୍ଷରୁ ଏନେଇ ନଜର ରଖାଯିବ। ଜେଟିପି ଓ ସେବାୟତମାନଙ୍କ ସହ ଏନେଇ ଆଲୋଚନା କରାଯିବ। ଅପରପକ୍ଷରେ ଯଦି କୌଣସି ଭକ୍ତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି ଦାସ କହିଛନ୍ତି। ଏହିି ନିର୍ଦ୍ଦେଶନାମା ତଥା ନିୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

The post ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ appeared first on Dharitri Odia News.