ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ଦାବିରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ପାଇବା ପରେ ସେ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନାହାରରେ ବସିବାକୁ ଘୋଷଣା କରିଛନ୍ତି। ୱାଙ୍ଗଚୁକ ଶୁକ୍ରବାର କହିଛନ୍ତି ଯେ ଯେତେବେଳେ ଆମକୁ ରାଜଘାଟକୁ ନିଆଗଲା ଏବଂ ନିଶ୍ଚିତ କରାଗଲା ଯେ ଦେଶର ତିନିଜଣ […] The post ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ… appeared first on Dharitri Odia News.

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ଦାବିରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ପାଇବା ପରେ ସେ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନାହାରରେ ବସିବାକୁ ଘୋଷଣା କରିଛନ୍ତି।

ୱାଙ୍ଗଚୁକ ଶୁକ୍ରବାର କହିଛନ୍ତି ଯେ ଯେତେବେଳେ ଆମକୁ ରାଜଘାଟକୁ ନିଆଗଲା ଏବଂ ନିଶ୍ଚିତ କରାଗଲା ଯେ ଦେଶର ତିନିଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଭେଟିବା ପାଇଁ ଆମେ ତାରିଖ ପାଇବୁ, ୪୮ ଘଣ୍ଟା ପରେ ଆମେ ଆମରଣ ଅନଶନ ବନ୍ଦ କରିଦେଲୁ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ତାରିଖ ପାଇଲୁ ନାହିଁ।
ସୋନମ ୱାଙ୍ଗଚୁକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମଠାରୁ କିଛି କିଲୋମିଟର ଦୂରରେ ଥିଲେ। ଆମେ ତାଙ୍କୁ ଭେଟିବାକୁ ଆଶା କରୁଥିଲୁ। ୱାଙ୍ଗଚୁକ ଏକ ମାସ ପୂର୍ବରୁ ଲେହରୁ ଆରମ୍ଭ ହୋଇଥିବା ଦିଲ୍ଲୀ ଚାଲୋ ପଦଯାତ୍ରାର ନେତୃତ୍ୱ ନେଉଥିଲେ। ଏହି ପଦଯାତ୍ରା ଲେହ ଆପେକ୍ସ ବଡି ଦ୍ୱାରା ଆୟୋଜିତ ହୋଇଥିଲା। ଏହା କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ ସହିତ, ଗତ ଚାରି ବର୍ଷ ଧରି ଲଦ୍ଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ଦାବି କରି ଏକ ଆନ୍ଦୋଳନ ଚଳାଇଛି।

The post ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ… appeared first on Dharitri Odia News.