କଟକରେ ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ
କଟକ,୧୫।୧: ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି। ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି। ଏଥିରେ ଜଣେ ଯୁବକଙ୍କ ବେକରେ ଲାଗିଲା ସୁତା ଲାଗିଥିବା ବେଳେ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଥିବା ସୂଚନା ମିଳିଛି। ଓଡ଼ିଆ ସଂସ୍କୃତିର ମହାନ୍ […] The post କଟକରେ ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ appeared first on Dharitri Odia News.
କଟକ,୧୫।୧: ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି। ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି। ଏଥିରେ ଜଣେ ଯୁବକଙ୍କ ବେକରେ ଲାଗିଲା ସୁତା ଲାଗିଥିବା ବେଳେ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଥିବା ସୂଚନା ମିଳିଛି।
ଓଡ଼ିଆ ସଂସ୍କୃତିର ମହାନ୍ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି ଉଡ଼ାଇବାବେଳେ ଅନ୍ୟ ଜଣଙ୍କର ଗୁଡ଼ିକୁ ଯଦି କାଟି ଦିଆଯାଇପାରେ ତା’ହେଲେ ସିଏ ନେବ ଜିତାପଟ। ଏହି ପ୍ରତିଦ୍ୱନ୍ଦ୍ୱିତାରେ ମୁଖ୍ୟ କାର୍ପଟଦାର ହେଲା ଗୁଡ଼ି ଉଡ଼ାରେ ବ୍ୟବହୃତ ମାଞ୍ଜାସୂତା। ପ୍ରତିବର୍ଷ ମାଞ୍ଜାସୂତା ଲାଗି ଲୋକଙ୍କ ବେକ ଓ ଅନ୍ୟାନ୍ୟ ଅଙ୍ଗ କଟି ଯାଉଥିବାବେଳେ ପ୍ରାଣହାନିର ଆଶଙ୍କା ରହିଛି।
ଏହାକୁ ନେଇ କମିଶନରେଟ ପୋଲିସ ପୂର୍ବରୁ ଏହା ଉପରେ କଟକଣା ଜାରି କରିଛି। ପ୍ରତିବର୍ଷ ମାଞ୍ଜାସୂତାଜନିତ ଅଘଟଣ ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଫଳରେ ନିରୀହ ଲୋକଙ୍କ ଜୀବନ ସଙ୍କଟରେ ପଡୁଛି। ଏଥର ବି ଅନୁରୂପ ଘଟଣା ଘଟିସାରିଲାଣି।
The post କଟକରେ ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ appeared first on Dharitri Odia News.