ଶେଖ ହସିନା ବାଂଲାଦେଶ ଛାଡୁଥିବାର ଭିଡିଓ ଭାଇରାଲ, ଦେଖନ୍ତୁ…
ଢାକା,୫।୮: ବାଂଲାଦେଶ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି। ଏହା ପରେ ଦେଶର ଦାୟିତ୍ୱ ସେନା ନିଜ ହାତକୁ ନେଇଛି। ବାଂଲାଦେଶର ଏକ ଖବରକାଗଜ ଅନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କ ସାନ ଭଉଣୀ ସହିତ ସୁରକ୍ଷିତ ଆଶ୍ରୟ ପାଇଁ ଭାରତ ଆସୁଛନ୍ତି। ତେବେ ତାଙ୍କ ଇସ୍ତଫା ଏବଂ ଢାକା ଛାଡିବା ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୂତ୍ର ଅନୁଯାୟୀ, ଦିନ ପ୍ରାୟ ୨.୩୦ରେ […] The post ଶେଖ ହସିନା ବାଂଲାଦେଶ ଛାଡୁଥିବାର ଭିଡିଓ ଭାଇରାଲ, ଦେଖନ୍ତୁ… appeared first on Dharitri Odia News.
ଢାକା,୫।୮: ବାଂଲାଦେଶ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି। ଏହା ପରେ ଦେଶର ଦାୟିତ୍ୱ ସେନା ନିଜ ହାତକୁ ନେଇଛି। ବାଂଲାଦେଶର ଏକ ଖବରକାଗଜ ଅନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କ ସାନ ଭଉଣୀ ସହିତ ସୁରକ୍ଷିତ ଆଶ୍ରୟ ପାଇଁ ଭାରତ ଆସୁଛନ୍ତି।
ତେବେ ତାଙ୍କ ଇସ୍ତଫା ଏବଂ ଢାକା ଛାଡିବା ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୂତ୍ର ଅନୁଯାୟୀ, ଦିନ ପ୍ରାୟ ୨.୩୦ରେ ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରୁ ସେନା ହେଲିକପ୍ଟରରେ ଯାଇଥିଲେ। ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ।
Who is escaping? Where to?#BangladeshBleeding #BangladeshViolence #Bangladesh #SheikhHasina pic.twitter.com/KvsykGwPug
— Saikiran Kannan | 赛基兰坎南 (@saikirankannan) August 5, 2024
ଏଥି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭିଡିଓରେ ଶେଖ ହସିନା ଏବଂ ତାଙ୍କ ଭଉଣୀ ଶେଖ ରେହାନା ହେଲିକପ୍ଟରରେ ବାଂଲାଦେଶ ଛାଡୁଥିବାର ଦେଖାଯାଉଛି।
The post ଶେଖ ହସିନା ବାଂଲାଦେଶ ଛାଡୁଥିବାର ଭିଡିଓ ଭାଇରାଲ, ଦେଖନ୍ତୁ… appeared first on Dharitri Odia News.
Who is escaping? Where to?