କେଉଁଠି ଅଟକିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ? କାହିଁକି ବିଧାନସଭାରେ ହେଲାନି ଆଲୋଚନା ?

କନକ ବ୍ୟୁରୋ: ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭାରେ ହୋଇପାରିଲାନି ଆଲୋଚନା। ଯାହାକୁ ନେଇ କେବଳ ରାଜନୀତି ତେଜିନି ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ନୂଆ ନିଯୁକ୍ତିରେ ବାଧକ ସାଜିଛି ପୂର୍ବ ସରକାର ଆଣିଥିବା ବିଲ । କିନ୍ତୁ ନୂଆ ସରକାର ଏହି ବିଲକୁ ବିଳମ୍ବିତ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ୧୬ଟି କାର୍ୟ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା । କିନ୍ତୁ କ୍ୟାବିନେଟରେ ଅନୁମୋଦନ ପାଇଥିବା ଏବଂ ଗୃହରେ ଆଗତ ହୋଇଥିବା ସତ୍ତ୍ବେ ମଧ୍ୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଆଲୋଚନାକୁ ଆସିପାରିନି ।  ଯାହାକୁ ନେଇ ଏବେ ତେଜିଛି ରାଜନୀତି। ଆଗତ ବିଲ୍ ଆଲୋଚନାକୁ ନ ଆସିବା ପଛର କାରଣ ସାମ୍ନାରେ ରଖି ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେଡି । ବିଧାନସଭା ନିୟମକୁ ସରକାର ଏଡେଇ ଯାଇଥିବା କହିଛି ବିଜେଡି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବିଲ୍ ଉପସ୍ଥାପନ ହୋଇଥିଲେ ମଧ୍ୟ ଗୃହରେ ଆଲୋଚନା ନେଇ କୌଣସି ପ୍ରସ୍ତାବ ନଥିଲା। ତେଣୁ ବିଜେଡି ବିଧାୟକ କାହାକୁ ବିଭ୍ରାନ୍ତି ନକରନ୍ତୁ । ଶୀତ ଅଧିବେଶନରେ ଗୃହରେ ପାରିତ ହୋଇପାରିନି ଏହି ବିଲ୍ । ପୁଣିଥରେ ଏହି ବିଲ୍ ପାରିତ କରିବାକୁ ସରକାରଙ୍କୁ ୪ ମାସ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏହି ବିଲ୍ ପାରିତ ନହେବା ଶିକ୍ଷାବ୍ୟବସ୍ଥାକୁ ବ୍ୟାକଫୁଟକୁ ଠେଲି ଦେଇଛି । ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି ପଡିଥିବା

କେଉଁଠି ଅଟକିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ? କାହିଁକି ବିଧାନସଭାରେ ହେଲାନି ଆଲୋଚନା ?

କନକ ବ୍ୟୁରୋ: ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭାରେ ହୋଇପାରିଲାନି ଆଲୋଚନା। ଯାହାକୁ ନେଇ କେବଳ ରାଜନୀତି ତେଜିନି ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ନୂଆ ନିଯୁକ୍ତିରେ ବାଧକ ସାଜିଛି ପୂର୍ବ ସରକାର ଆଣିଥିବା ବିଲ । କିନ୍ତୁ ନୂଆ ସରକାର ଏହି ବିଲକୁ ବିଳମ୍ବିତ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

୧୬ଟି କାର୍ୟ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା । କିନ୍ତୁ କ୍ୟାବିନେଟରେ ଅନୁମୋଦନ ପାଇଥିବା ଏବଂ ଗୃହରେ ଆଗତ ହୋଇଥିବା ସତ୍ତ୍ବେ ମଧ୍ୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଆଲୋଚନାକୁ ଆସିପାରିନି ।  ଯାହାକୁ ନେଇ ଏବେ ତେଜିଛି ରାଜନୀତି। ଆଗତ ବିଲ୍ ଆଲୋଚନାକୁ ନ ଆସିବା ପଛର କାରଣ ସାମ୍ନାରେ ରଖି ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେଡି । ବିଧାନସଭା ନିୟମକୁ ସରକାର ଏଡେଇ ଯାଇଥିବା କହିଛି ବିଜେଡି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବିଲ୍ ଉପସ୍ଥାପନ ହୋଇଥିଲେ ମଧ୍ୟ ଗୃହରେ ଆଲୋଚନା ନେଇ କୌଣସି ପ୍ରସ୍ତାବ ନଥିଲା। ତେଣୁ ବିଜେଡି ବିଧାୟକ କାହାକୁ ବିଭ୍ରାନ୍ତି ନକରନ୍ତୁ ।
 
ଶୀତ ଅଧିବେଶନରେ ଗୃହରେ ପାରିତ ହୋଇପାରିନି ଏହି ବିଲ୍ । ପୁଣିଥରେ ଏହି ବିଲ୍ ପାରିତ କରିବାକୁ ସରକାରଙ୍କୁ ୪ ମାସ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏହି ବିଲ୍ ପାରିତ ନହେବା ଶିକ୍ଷାବ୍ୟବସ୍ଥାକୁ ବ୍ୟାକଫୁଟକୁ ଠେଲି ଦେଇଛି । ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି ପଡିଥିବା ବେଳେ ନୂଆ ନିଯୁକ୍ତି ନେଇ ଫିଟିପାରୁନି ବାଟ। ନିୟମ ନଥିବା ସତ୍ତ୍ବେ ମଧ୍ୟ କୁଳପତିଙ୍କ କାର୍ୟ୍ୟକାଳକୁ ବୃଦ୍ଧି କରିବାକୁ ପଡୁଛି ।  ଏବେ ବି ଅନେକ ବିଶ୍ବବିଦ୍ୟାଳୟ ନିୟମିତ କୁଳପତିଙ୍କ ଅପେକ୍ଷାରେ ରହିଛନ୍ତି । ଆବଶ୍ୟକୀୟ ଅଧ୍ୟାପକ ନଥିବାରୁ ଛାତ୍ରଛାତ୍ରୀ ମଧ୍ୟ ସରକାରୀ ବିଶ୍ବବିଦ୍ୟାଳୟ ଛାଡି ଘରୋଇ ବିଶ୍ବବିଦ୍ୟାଳୟ ମୁହାଁ ହେଉଛନ୍ତି । 

ପୂର୍ବ ସରକାର ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୨୦୨୦ ଆଣିଥିଲେ । ଯେଉଁଥିରେ ବିଶ୍ବବିଦ୍ୟାଳୟରେ କୁଳପତି ଚୟନ, ନୂଆ ନିଯୁକ୍ତିରେ ସରକାରଙ୍କ ହସ୍ତକ୍ଷେପ ଅଧିକ ବଢିଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ପରେ ଏହି ବିଲ ଉପରେ ରହିତାଦେଶ ଜାରି ହୋଇଥିଲା । ଏହା ପରଠାରୁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଠପ୍ ହୋଇଯାଇଛି । ସୂଚନା ଅନୁସାରେ ନୂଆ ସରକାର ଖୁବଶୀଘ୍ର ଅର୍ଡିନାନ୍ସ ଆଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ବାଭାବିକ କରିପାରନ୍ତି।