ବାପାଙ୍କ ପାଇଁ ପୁଅ ମାଗୁଛନ୍ତି ଭୋଟ: ଛାଣିଲେ ସମୋସା, ଦୋକାନରୁ କିଣିଲେ ଚାନ୍ଦେରୀ ଶାଢୀ
ନୂଆଦିଲ୍ଲୀ ୦୮/୦୪: ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ କଳ ବଳ କୌଶଳ ଲଗାଇଦେଇଛନ୍ତି ପ୍ରାର୍ଥୀ । ଏମିତିକି ପ୍ରାର୍ଥୀଙ୍କ ପାଇଁ ପରିବାର ଲୋକ ବି ମାଗୁଛନ୍ତି ଭୋଟ । ଏଥିରୁ ବାଦ୍ ପଡିନାହାଁନ୍ତି ନେତାଙ୍କ ପିଲାମାନେ । ଆରମ୍ଭ କରିଦେଇଛନ୍ତି ଜୋରଦାର କ୍ୟାମ୍ପେନିଂ । ମଧ୍ୟପ୍ରଦେଶରେ ଉଭୟ ବିଜେପି ଏବଂ କଂଗ୍ରେସ ଦଳର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ବିଶେଷ କରି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ଗୁନା ସଂସଦ ନିର୍ବାଚନମଣ୍ଡଳୀରୁ ପ୍ରଚାର କରୁଛନ୍ତି । ହେଲେ ତାଙ୍କ ପାିଁ ପ୍ରଚାର କରିବାକୁ ମୈଦନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟଙ୍କ ପୁଅ ମହାଆର୍ୟମାନ । ଅଶୋକନଗର, ମୁଙ୍ଗାୱାଲୀ, ଚାନ୍ଦେରୀ ଏବଂ ଅଶୋକନଗରର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସିନ୍ଧିଆଙ୍କ ପୁଅ ଯୁବକଙ୍କୁ ଚାଷ କାମରେ ସାହାଯ୍ୟ କରିଛନ୍ତି । ଆହୁରି ବି ମହାଆର୍ୟମାନ ଜଳଖିଆ ଦୋକାନରେ ସିଙ୍ଗଡା ଛାଣିବାକୁ ବି ପଛାଇନାହିଁନ୍ତି । ସେତିକି ନୁହେଁ ଚନ୍ଦେରୀରେ ଭଜନ ଏବଂ କୀର୍ତ୍ତନ ଗାଉଥିବା ନଜର ଆସିଥିଲେ। ଦୋକାନକୁ ଯାଇ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ସେ ଚାନ୍ଦେରୀର ଏକ ବୁଣାକାର ଦୋକାନରେ ପହଞ୍ଚି ତାଙ୍କ ମାଆ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆଙ୍କ ପାଇଁ ଏକ ଚାନ୍ଦେରୀ ଶାଢୀ କିଣିଥିଲେ । ପ୍ରଥମେ ମହାଆ
ନୂଆଦିଲ୍ଲୀ ୦୮/୦୪: ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ କଳ ବଳ କୌଶଳ ଲଗାଇଦେଇଛନ୍ତି ପ୍ରାର୍ଥୀ । ଏମିତିକି ପ୍ରାର୍ଥୀଙ୍କ ପାଇଁ ପରିବାର ଲୋକ ବି ମାଗୁଛନ୍ତି ଭୋଟ । ଏଥିରୁ ବାଦ୍ ପଡିନାହାଁନ୍ତି ନେତାଙ୍କ ପିଲାମାନେ । ଆରମ୍ଭ କରିଦେଇଛନ୍ତି ଜୋରଦାର କ୍ୟାମ୍ପେନିଂ ।
ମଧ୍ୟପ୍ରଦେଶରେ ଉଭୟ ବିଜେପି ଏବଂ କଂଗ୍ରେସ ଦଳର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ବିଶେଷ କରି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ଗୁନା ସଂସଦ ନିର୍ବାଚନମଣ୍ଡଳୀରୁ ପ୍ରଚାର କରୁଛନ୍ତି । ହେଲେ ତାଙ୍କ ପାିଁ ପ୍ରଚାର କରିବାକୁ ମୈଦନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟଙ୍କ ପୁଅ ମହାଆର୍ୟମାନ ।
ଅଶୋକନଗର, ମୁଙ୍ଗାୱାଲୀ, ଚାନ୍ଦେରୀ ଏବଂ ଅଶୋକନଗରର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସିନ୍ଧିଆଙ୍କ ପୁଅ ଯୁବକଙ୍କୁ ଚାଷ କାମରେ ସାହାଯ୍ୟ କରିଛନ୍ତି ।

ଆହୁରି ବି ମହାଆର୍ୟମାନ ଜଳଖିଆ ଦୋକାନରେ ସିଙ୍ଗଡା ଛାଣିବାକୁ ବି ପଛାଇନାହିଁନ୍ତି । ସେତିକି ନୁହେଁ ଚନ୍ଦେରୀରେ ଭଜନ ଏବଂ କୀର୍ତ୍ତନ ଗାଉଥିବା ନଜର ଆସିଥିଲେ। ଦୋକାନକୁ ଯାଇ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ସେ ଚାନ୍ଦେରୀର ଏକ ବୁଣାକାର ଦୋକାନରେ ପହଞ୍ଚି ତାଙ୍କ ମାଆ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆଙ୍କ ପାଇଁ ଏକ ଚାନ୍ଦେରୀ ଶାଢୀ କିଣିଥିଲେ । ପ୍ରଥମେ ମହାଆର୍ୟମାନ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ମାତା ପ୍ରିୟଦର୍ଶିନୀ ରାଜେଙ୍କୁ ସାର୍ ଶାଢୀ ଦେଖାଇଥିଲେ । ପରେ ମାଆଙ୍କ ଚଏସ ହେବାରୁ ସେ ଦୋକାନୀଙ୍କ ସହ କଥା ହେବା ପରେ ଶାଢୀ ଆଣିବାକୁ ପରମିସନ ଦେଇଥିଲେ ।
VIDEO | Lok Sabha elections 2024: BJP leader and party candidate from Madhya Pradesh’s Guna, Jyotiraditya Scindia’s son Mahanaaryaman Scindia, participated in the election campaign for his father in Ashok Nagar earlier today.#LSPolls2024WithPTI #LokSabhaElections2024
(Full… pic.twitter.com/L7ksFF7L2c— Press Trust of India (@PTI_News) April 7, 2024
ସୂଚନା ଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ବିଜେପିର ଲୋକସଭା ପ୍ରାର୍ଥୀ । ପରିବାର ତାଙ୍କ ପାଇଁ ନିରନ୍ତର ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । କିଛି ଦିନ ପୂର୍ବରୁ ସିନ୍ଧିଆଙ୍କ ପତ୍ନୀ ପ୍ରିୟଦର୍ଶିନୀ ମଧ୍ୟ ଲୋକସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ । ଜଣେ ସାଧାରଣ ଲୋକ ଭଳି ବ୍ୟବହାର କରିବା ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।