ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’
ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ ପାଳନ ନ କରିବାକୁ ଓ କାହାରିକୁ ନବବର୍ଷର ଅଭିନନ୍ଦନ ନଜଣାଇବାକୁ ଫତୱାରେ ତାଗିଦ୍ କରାଯାଇଛି। ଏହି ଫତୱାରେ ନୂଆ ବର୍ଷ ପର୍ବ ପାଳନ କରିବାକୁ ଯୋଜନା କରିଥିବା ଯୁବକ-ଯୁବତୀଙ୍କୁ ସତର୍କ କରାଯାଇଛି। କୁହାଯାଇଛି ନୂଆ ବର୍ଷ ଉତ୍ସବ ପାଳନ କରିବା କିଛି ଗର୍ବର କଥା ନୁହେଁ କି ଇସ୍ଲାମ ଧର୍ମାବଲମ୍ବୀଙ୍କ ପାଇଁ ଏହି ଉତ୍ସବ ପାଳନର କୌଣସି ଆବଶ୍ୟକତା ଅଛି। ଏଥି ପାଇଁ କାହାରିକୁ ବଧେଇ ବା ଶୁଭେଚ୍ଛା ଜଣାଇବାର ବି କିଛି ନାହିଁ। କାରଣ ନୂଆ ବର୍ଷରେ ଇସାୟୀ ନବବର୍ଷ ଅର୍ଥାତ ଇଂରାଜୀ ନବବର୍ଷ ଆରମ୍ଭ ହେଉଛି। ଏହି ଦିନରେ ଇଂରାଜୀ କ୍ୟାଲେଣ୍ଡର ପ୍ରଚଳନ ହୁଏ। ତେବେ ଏହା ସହ ଇସ୍ଲାମର କୌଣସି ସମ୍ପର୍କ ନାହିଁ। #WATCH | Bareilly | National President of All India Muslim Jamaat, Maulana Shahabuddin Razvi Barelvi says, "Chashme Darfta Bareilly has issued a fatwa regarding the celebration of New Year... The young men and women who celebrate New Year have been instructed in this fatwa t
ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ ପାଳନ ନ କରିବାକୁ ଓ କାହାରିକୁ ନବବର୍ଷର ଅଭିନନ୍ଦନ ନଜଣାଇବାକୁ ଫତୱାରେ ତାଗିଦ୍ କରାଯାଇଛି।
ଏହି ଫତୱାରେ ନୂଆ ବର୍ଷ ପର୍ବ ପାଳନ କରିବାକୁ ଯୋଜନା କରିଥିବା ଯୁବକ-ଯୁବତୀଙ୍କୁ ସତର୍କ କରାଯାଇଛି। କୁହାଯାଇଛି ନୂଆ ବର୍ଷ ଉତ୍ସବ ପାଳନ କରିବା କିଛି ଗର୍ବର କଥା ନୁହେଁ କି ଇସ୍ଲାମ ଧର୍ମାବଲମ୍ବୀଙ୍କ ପାଇଁ ଏହି ଉତ୍ସବ ପାଳନର କୌଣସି ଆବଶ୍ୟକତା ଅଛି। ଏଥି ପାଇଁ କାହାରିକୁ ବଧେଇ ବା ଶୁଭେଚ୍ଛା ଜଣାଇବାର ବି କିଛି ନାହିଁ। କାରଣ ନୂଆ ବର୍ଷରେ ଇସାୟୀ ନବବର୍ଷ ଅର୍ଥାତ ଇଂରାଜୀ ନବବର୍ଷ ଆରମ୍ଭ ହେଉଛି। ଏହି ଦିନରେ ଇଂରାଜୀ କ୍ୟାଲେଣ୍ଡର ପ୍ରଚଳନ ହୁଏ। ତେବେ ଏହା ସହ ଇସ୍ଲାମର କୌଣସି ସମ୍ପର୍କ ନାହିଁ।
#WATCH | Bareilly | National President of All India Muslim Jamaat, Maulana Shahabuddin Razvi Barelvi says, "Chashme Darfta Bareilly has issued a fatwa regarding the celebration of New Year... The young men and women who celebrate New Year have been instructed in this fatwa that… pic.twitter.com/jAiDdD4w6r— ANI (@ANI) December 29, 2024
ସେ କହିଛନ୍ତି ଯେ ମୁସଲମାନଙ୍କ ଲାଗି କୌଣସି ଅନ୍ୟଧର୍ମର ପର୍ବ ପାଳନ କରିବାର ମାନ୍ୟତା ନାହିଁ। ଏଥି ପାଇଁ କଡ଼ା କଟକଣା ମଧ୍ୟ ରହିଛି। ଏଣୁ ନୂଆ ପିଢୀର ଯୁବକ ଯୁବତୀଙ୍କୁ ନବବର୍ଷ ଉତ୍ସବ ପାଳନ ନ କରିବାକୁ କଡାକଡି ସତର୍କ କରାଯାଉଛି। କେବଳ ନୂଆ ପିଢୀର ଯୁବକ ଯୁବତୀ ନୁହନ୍ତି ପ୍ରତ୍ୟେକ ମୁସଲମାନ ନିଜକୁ ଏଭଳି ଗତିବିଦ୍ଧିରୁ ଦୂରରେ ରଖିବା ଦରକାର ବୋଲି ମଧ୍ୟ କୁହାଯାଇଛି। ଏଣୁ ନୂଆ ବର୍ଷରେ କାହାକୁ ଶୁଭେଚ୍ଛା ବାର୍ତ୍ତା ଦେବା, ପତ୍ର ପଠାଇବା ଓ ଏହି ଅବସରରେ ଭୋଜିଭାତ ଅଥବା ଅନ୍ୟ ଗତିବିଦ୍ଧି ନ କରିବାକୁ କୁହାଯାଇଛି।
ତେବେ ଇଣ୍ଡିଆ ମୁସ୍ଲିମ ଜମାତର ଏପରି ଅବସରରେ ଫତୱା ଜାରି କରିବା କିଛି ନୂଆ କଥା ନୁହେଁ। ଅନ୍ୟ ଧର୍ମର ପର୍ବ ପର୍ବାଣୀ କାଳରେ ମଧ୍ୟ ଏପରି ଫତୱା ଜାରି ହୋଇଥାଏ। ଯେଉଁଥିରେ ମୁସଲମାନମାନଙ୍କୁ ଅଣ ଇସ୍ଲାମ ଧାର୍ମିକ ଗତିବିଦ୍ଧିରେ ସାମିଲ ହେବାକୁ କଡ଼ାକଡି ବାରଣ କରାଯାଏ। ଏମିତିରେ ମୁସଲମାନମାନଙ୍କ ପାଇଁ ବର୍ଷରେ ଅନେକ ପର୍ବପର୍ବାଣୀ ରହିଛି। ସେହି ସବୁ ପର୍ବପର୍ବାଣୀରେ ଖୁସି ହେବାକୁ ଓ ଉତ୍ସବ ପାଳନ କରିବାରେ ଜମାତର କୌଣସି ଆପତ୍ତି ନାହିଁ।