କୁସୁମୀରେ ରାମଲୀଳା,ଆଧ୍ୟାତ୍ମିକ ପରିବେଶ ଓ ଶ୍ରୀରାମ ନାମ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ
ସମ୍ବଲପୁର (କୁସୁମୀ):ରାମ ରାଜ୍ୟ ପ୍ରତିଷ୍ଠାର ମୂଖ୍ୟ ଲକ୍ଷ ରଖି କୁଚିଣ୍ଡାର କୁସୁମୀ ଠାରେ ଆଜି ରାମ ବନବାସ ଦୃଶ୍ୟ ଭାବ ବିହ୍ୱଳ ସୃଷ୍ଟି କରିଥିଲା। ୭ ତାରିଖରୁ ଏହା ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଶ୍ରୀରାମଲୀଳା ମହୋତ୍ସବ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଏପ୍ରିଲ ୭ ତାରିଖରୁ ଅଧିବାସ କଳସ ଯାତ୍ରାରୁ ଆରମ୍ଭ ହୋଇ ୮ ତାରିଖ ଦିନ ରାମଲୀଳା ର ପୁତ୍ରେଷ୍ଟି ଯଜ୍ଞ,ରାମ ଜନ୍ମ ଓ ନାମକରଣରୁ ଏହି […] The post କୁସୁମୀରେ ରାମଲୀଳା,ଆଧ୍ୟାତ୍ମିକ ପରିବେଶ ଓ ଶ୍ରୀରାମ ନାମ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ appeared first on Odisha.News.

ସମ୍ବଲପୁର (କୁସୁମୀ):ରାମ ରାଜ୍ୟ ପ୍ରତିଷ୍ଠାର ମୂଖ୍ୟ ଲକ୍ଷ ରଖି କୁଚିଣ୍ଡାର କୁସୁମୀ ଠାରେ ଆଜି ରାମ ବନବାସ ଦୃଶ୍ୟ ଭାବ ବିହ୍ୱଳ ସୃଷ୍ଟି କରିଥିଲା। ୭ ତାରିଖରୁ ଏହା ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଶ୍ରୀରାମଲୀଳା ମହୋତ୍ସବ ଅନୁଷ୍ଠିତ ହେବ।
ଏହି ମହୋତ୍ସବ ଏପ୍ରିଲ ୭ ତାରିଖରୁ ଅଧିବାସ କଳସ ଯାତ୍ରାରୁ ଆରମ୍ଭ ହୋଇ ୮ ତାରିଖ ଦିନ ରାମଲୀଳା ର ପୁତ୍ରେଷ୍ଟି ଯଜ୍ଞ,ରାମ ଜନ୍ମ ଓ ନାମକରଣରୁ ଏହି ଯାତ୍ରାର ମଳଦୂଆ ପଡିବ। ୯ ତାରିଖରେ ସୀତା ବିବାହ ହୋଇ ଆଜି ରାମ ବନବାସର ନାଟ୍ୟ ଅଭିନୟ ଅନୁଷ୍ଠିତ ହୋଇଥିଲା।
ଆଜିର ଉତ୍ସବରେ ପଡିଆବାହାଲ ଦୁର୍ଗା ପୂଜା କମିଟିର ସଭାପତି ସୁବୋଧ କୁମାର ବେହେରା,ଉପଦେଷ୍ଟା ବିଜୟ କୁମାର ନାୟକ,ସମାଜସେବୀ ଡା.ରାଜାରାମ ଷଡଙ୍ଗୀ,ନିର୍ଦ୍ଦେଶକ ଚନ୍ଦ୍ରଭାନୁ ନାୟକ,ଶିକ୍ଷାବିତ୍ ବିଷ୍ଣୁପ୍ରାସାଦ ପଟେଲ ରାଜ ଅତିଥି ଭାବେ ଯୋଗ ଦେଇଥିଲେ।ଅନୁଷ୍ଠାନର ବିଭୁତି କଲ୍ୟାଣ ପଟେଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଆଦିତ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ଆସନ୍ତା କାଲି ହନୁମାନ ଭେଟ,ବାଳିବଧ ଓ ଲଙ୍କାପୋଡି ହୋଇ ୧୨ରେ ସେତୁବନ୍ଧ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।୧୩ ତାରିଖରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ୍ ବଧ ପରେ ୧୪ ରେ ତରଣୀସେନ ବଧ ଓ ରାବଣ ବଧ ପରେ ରାମ ଅଭିଷେକ ହୋଇ ରାମ ରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ୮ ଦିନ ବ୍ୟାପି ଆୟୋଜନ ହେବାକୁ ଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ବିଭିନ୍ନ ଦିନରେ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଏହାକୁ କୁସୁମୀର କଳା ଓ କଳାକାର ସଂଘ ପରିଚାଳନା କରୁଛନ୍ତି।
The post କୁସୁମୀରେ ରାମଲୀଳା,ଆଧ୍ୟାତ୍ମିକ ପରିବେଶ ଓ ଶ୍ରୀରାମ ନାମ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ appeared first on Odisha.News.