ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ ଅନେକ ଲୋକଙ୍କ ଅକାରଣରେ ଜୀବନ ଚାଲିଯାଉଛି। ଦ୍ରୁତଗତିରେ ଗାଡ଼ିଚାଳନା, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର ନ କରିବାରୁ ମଧ୍ୟ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଏହାକୁ ଜିଲା ପୋଲିସ ଗୁରୁତ୍ୱ ଦେଇଛି। କନ୍ଧମାଳ ଏସ୍ପି ହରିଶ ବି. ସିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସର ସହଯୋଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଆଇସି ପକ୍ଷରୁ […] The post ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ ଅନେକ ଲୋକଙ୍କ ଅକାରଣରେ ଜୀବନ ଚାଲିଯାଉଛି। ଦ୍ରୁତଗତିରେ ଗାଡ଼ିଚାଳନା, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର ନ କରିବାରୁ ମଧ୍ୟ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଏହାକୁ ଜିଲା ପୋଲିସ ଗୁରୁତ୍ୱ ଦେଇଛି।
କନ୍ଧମାଳ ଏସ୍ପି ହରିଶ ବି. ସିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସର ସହଯୋଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଆଇସି ପକ୍ଷରୁ ୫୯ ନଂ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ହେଲମେଟ୍ ଓ ସିଟବେଲ୍ଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ସହ ଯେଉଁମାନେ ଏହା ପିନ୍ଧି ନାହାନ୍ତି ସେମାନଙ୍କୁ ହେଲ୍ମେଟ୍ ବ୍ୟବହାର କରିବା ଓ ସିଟ୍ ବେଲ୍ଟ ବ୍ୟବହାର କରିବା ଦ୍ୱାରା କ’ଣ ସବୁ ଫାଇଦା ମିଳିବ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହା ପିନ୍ଧିବା ପାଇଁ ଗୋଲାପ ଫୁଲ ଦେଇ ନିବେଦନ କରାଯାଇଥିଲା। ହେଲମେଟ୍ ପିନ୍ଧି ମୂଲ୍ୟବାନ ଜୀବନ ପ୍ରତି ସଚେତନ କରିବାକୁ ନିବେଦନ କରାଯିବା ସହ ୨ ଚକିଆ ଗାଡ଼ିରେ ୨ ଜଣରୁ ଅଧିକ ବସିବାକୁ ବାରଣ କରାଯିବା ସହ ଦ୍ରୁତ ଗତି ଚାଳନାକୁ ବାରଣ କରାଯାଇଛି।
ସେହିପରି ଚାରିଚକିଆ ଗାଡ଼ି ଚଲାଇବା ବେଳେ ସିଟ୍ବେଲ୍ଟ ବ୍ୟବହାର କରିବା ସହ ଗାଡ଼ି କାଗଜପତ୍ର ନିଜ ନିକଟରେ ରଖିବା, ମଦ୍ୟପାନ କରି, ମୋବାଇଲ ଧରି ଗାଡ଼ି ନ ଚଳାଇବାକୁ ନିବେଦନ କରାଯାଇଛି। ଆଗ ଗାଡିଠାରୁ ପ୍ରାୟ ୨୫ ଫୁଟ ଦୂରତାରେ ରହିବା, ଗାଡ଼ିର ଗତି ୪୦ରୁ ଅଧିକ ନ ଯିବା, ବୁଲାଣି ଓ ଓଭରଟେକ୍ କରିବା ସମୟରେ ହର୍ଣ୍ଣ ବଜାଇବା, ଗୋରୁ, ଛୋଟ ପିଲା ଓ ମାନସିକ ଅନଗ୍ରସର ବ୍ୟକ୍ତିମାନେ ବୁଲୁଥିବା ସମୟରେ ଧ୍ୟାନ ଦେଇ ଗାଡ଼ି ଚଲାଇବା, ୨ ଚକିଆ ଗାଡ଼ିରେ ୨ ଜଣ ଯାତ୍ରା ସମୟରେ ୨ ଜଣଯାକ ହେଲମେଟ୍ ବ୍ୟବହାର କରିବା ପାଇଁ ନିବେଦନ କରାଯାଇଛି। ଚକ୍ରଧର ମହାରଣା, ରାକେଶ ସାହୁ, ମୃତ୍ୟୁଞ୍ଜୟ ମୁଦୁଲି,କବି ଭଟ,ଗଦାଧର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଚେତନ କରିଥିଲେ।
The post ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ appeared first on Dharitri Odia News.