ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି

ଇସଲାମାବାଦ୍‌,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ ଜିଦ୍‌ ଧରି ବସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ରଜା ନକଭି। ଚାମ୍ପିୟନ ଟ୍ରଫି ପାଇଁ କୌଣସି ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ନକଭି ଆଇସିସିକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବା ସହିତ ଏହି ପୂରା ବିବାଦ ଆରମ୍ଭ ହୋଇଛି। ଯଦିଓ ବିସିସିଆଇର କୌଣସି ଅଫିସିଆଲ ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ, କିନ୍ତୁ ମିଡିଆ ରିପୋର୍ଟ […] The post ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି appeared first on Dharitri Odia News.

ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି

ଇସଲାମାବାଦ୍‌,୨୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ ଜିଦ୍‌ ଧରି ବସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ରଜା ନକଭି। ଚାମ୍ପିୟନ ଟ୍ରଫି ପାଇଁ କୌଣସି ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ନକଭି ଆଇସିସିକୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବା ସହିତ ଏହି ପୂରା ବିବାଦ ଆରମ୍ଭ ହୋଇଛି। ଯଦିଓ ବିସିସିଆଇର କୌଣସି ଅଫିସିଆଲ ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ।
ଜୁଲାଇ ୧୯ରେ କଲମ୍ବୋରେ ଆଇସିସି ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ରିପୋର୍ଟ ଅନୁଯାୟୀ, ହାଇବ୍ରିଡ ମଡେଲକୁ ବିଚାର କରାଯିବ ନାହିଁ ବୋଲି ପିସିବି ସ୍ପଷ୍ଟ କରିଛି। ରିପୋର୍ଟରେ ଏହା କୁହାଯାଇଛି – ପିସିବି ଚେୟାରମ୍ୟାନ ମୋହସିନ ରଜା ନକଭି ଆଇସିସିକୁ ସ୍ପଷ୍ଟ କରିଛନ୍ତି, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ, ଯେଉଁଥି ପାଇଁ କୌଣସି ହାଇବ୍ରିଡ ମଡେଲ କାର୍ଯ୍ୟକାରୀ ହେବ ନାହିଁ। ପାକିସ୍ତାନକୁ ଭାରତ ଆଣିବା ହେଉଛି ଆଇସିସିର କାମ, ପାକିସ୍ତାନ କ୍ରିକେଟ ବୋର୍ଡର ନୁହେଁ।
କିଛି ସପ୍ତାହ ପୂର୍ବରୁ, ଆଇସିସି ପିସିବି ଦ୍ୱାରା ପଠାଯାଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ସବୁଜ ସଙ୍କେତ ଦେଇଥିଲା। ସେହି କାର୍ଯ୍ୟସୂଚୀ ଅନୁଯାୟୀ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋରର ଗାଡଫି ଷ୍ଟାଡିୟମରେ ଖେଳାଯିବ। ଯଦି ଭାରତ ସେମିଫାଇନାଲ କିମ୍ବା ଫାଇନାଲରେ ପହଞ୍ଚେ, ତେବେ ସେହି ମ୍ୟାଚ ଲାହୋରରେ ମଧ୍ୟ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଏହା ମଧ୍ୟ କୁହାଯାଇଥିଲା ଯେ, ଯଦି ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବ ନାହିଁ। ପାକିସ୍ତାନ ଦଳ ମଧ୍ୟ ଭାରତ ଆୟୋଜନ କରିବାକୁ ଯାଉଥିବା ୨୦୨୬ ଟି-୨୦ ବିଶ୍ୱକପ ଖେଳିବାକୁ ଯିବ ନାହିଁ।
ଏହାପୂର୍ବରୁ ଏସିଆ କପ ୨୦୨୩ ମଧ୍ୟ ବିବାଦର ବିଷୟ ପାଲଟିଥିଲା, ଯାହା ପାକିସ୍ତାନ ଦ୍ୱାରା ଆୟୋଜିତ ହୋଇଥିଲା। ଶ୍ରୀଲଙ୍କାରେ ଭାରତର ମ୍ୟାଚ ଅନୁଷ୍ଠିତ ହେତୁ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। କିନ୍ତୁ ଏଥର ହାଇବ୍ରିଡ ମଡେଲ ପ୍ରତି ପିସିବି ଏକ କଠୋର ମନୋଭାବ ଗ୍ରହଣ କରିଛି।

The post ଆଇସିସି ଉପରେ ରାଗିକି ନିଆଁବାଣ ପାକିସ୍ତାନ: ସଫାସଫା କହିଦେଲା ଏମିତି appeared first on Dharitri Odia News.