ନବୀନଙ୍କୁ ଝୁରୁଛନ୍ତି ଆରତି ମା’

ରାଜନଗର,୭ା୬(ଭାସ୍କର ରାଉତରାୟ):ଚଳିତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଫଳାଫଳ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିର୍ବାଚନ ଶେଷରେ ପୂର୍ବାନୁମାନ କରାଯାଇଥିବା ବିଭିନ୍ନ ଜାତୀୟସ୍ତରୀୟ ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଥିବା ଫଳାଫଳକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଓଡ଼ିଶାବାସୀ। ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଏବଂ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପରାଜିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାଜୟକୁ ରାଜନଗରବାସୀ ସହଜେ ଗ୍ରହଣ କରିପାରିନାହାନ୍ତି। ନିଜର […] The post ନବୀନଙ୍କୁ ଝୁରୁଛନ୍ତି ଆରତି ମା’ appeared first on Dharitri Odia News.

ନବୀନଙ୍କୁ ଝୁରୁଛନ୍ତି ଆରତି ମା’

ରାଜନଗର,୭ା୬(ଭାସ୍କର ରାଉତରାୟ):ଚଳିତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଫଳାଫଳ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିର୍ବାଚନ ଶେଷରେ ପୂର୍ବାନୁମାନ କରାଯାଇଥିବା ବିଭିନ୍ନ ଜାତୀୟସ୍ତରୀୟ ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଥିବା ଫଳାଫଳକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଓଡ଼ିଶାବାସୀ। ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଏବଂ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପରାଜିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାଜୟକୁ ରାଜନଗରବାସୀ ସହଜେ ଗ୍ରହଣ କରିପାରିନାହାନ୍ତି। ନିଜର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନଗର ଗ୍ରାମର ବୃଦ୍ଧା ଆରତି ସେଠୀ। ଗୁରୁବାର ବାଷ୍ପଭରା କଣ୍ଠରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ନବୀନବାବୁଙ୍କୁ ପୁଅର ସମ୍ମାନ ଦେବା ସହିତ ଅନ୍ତୁଡିଶାଳରୁ ସ୍ବର୍ଗଦ୍ୱାର ପର୍ଯ୍ୟନ୍ତ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନାର ଟିକିନିଖି ହିସାବ ଦେବା ବେଳେ ତାଙ୍କ ଆଖିରୁ ଦୁଇଟୋପା ଲୁହ ଖସି ପଡୁଥିଲା। ମୋ ପିଲା ସମୟରେ ରାଜନଗରରେ ବାତ୍ୟା ହୋଇଥିଲା। ନବୀନବାବୁଙ୍କ ବାପା ସେତେବେଳେ ଦେବଦୂତ ଭାବେ ଆମ ପାଖରେ ଛିଡା ହୋଇଥିଲେ। ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଆମକୁ ଛତାଠାରୁ ଆରମ୍ଭ କରି ଘର ଛାତ ପର୍ଯ୍ୟନ୍ତ ସବୁ ଯୋଜନାରେ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ରୋଗ ବଇରାଗ ହେଲେ ମାଗଣାରେ ବଡ ଡାକ୍ତରଖାନାରେ ଆମ ପିଲାମାନେ ଚିକିତ୍ସା ସୁବିଧା ପାଉଥିଲେ। କାଲି ନବୀନବାବୁ ହାରିଯିବା ପରେ ଆମ ଦୁଃଖ କିଏ ବୁଝିବ ବୋଲି ଆରତୀ ସେଠୀଙ୍କ ସହିତ ମୁକୁତା ସେଠୀ, ମିଟି ସେଠୀ, ରମା ସେଠୀ, ନିମା ସେଠୀ ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି।

The post ନବୀନଙ୍କୁ ଝୁରୁଛନ୍ତି ଆରତି ମା’ appeared first on Dharitri Odia News.