ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ
ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଶନିବାର ମାଣ୍ଡିପଙ୍କା ଗସ୍ତ କରିଥି ଲେ। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଭେଟି କ୍ଷୋବ ପ୍ରକାଶ କରିଥିଲେ। ବିଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ କହିଥିଲେ, ମାଣ୍ଡିପଙ୍କାର ପରିସ୍ଥିତି ଭୟାଭୟ। ଲୋକଙ୍କୁ ପ୍ରକୃତରେ ଭୋକ ପାଇଁ ଟାକୁଆ ଯାଉ […] The post ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଶନିବାର ମାଣ୍ଡିପଙ୍କା ଗସ୍ତ କରିଥି ଲେ। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଭେଟି କ୍ଷୋବ ପ୍ରକାଶ କରିଥିଲେ।
ବିଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ କହିଥିଲେ, ମାଣ୍ଡିପଙ୍କାର ପରିସ୍ଥିତି ଭୟାଭୟ। ଲୋକଙ୍କୁ ପ୍ରକୃତରେ ଭୋକ ପାଇଁ ଟାକୁଆ ଯାଉ କରି ଖାଇଛନ୍ତି। ଯଦି ପ୍ରତିମାସରେ ଚାଉଳ ମିଳିଥାନ୍ତା ତେବେ ଲୋକମାନେ ଭୋକରେ ଏଭଳି ଟାକୁଆ ଯାଉ ଖାଇ ନ ଥାନ୍ତେ।
ତେବେ ବିଜୟଙ୍କ ଏହି ପ୍ରତିକ୍ରିୟାରେ କଡ଼ା ଜବାବ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ସେ କହିଛନ୍ତି, ଯେଉଁ ଲୋକ କହୁଛନ୍ତି ଖାଇବାକୁ ନ ପାଇ ଆମ୍ବ ଟାକୁଆ ଖାଉଛନ୍ତି ଏହା ଯୁକ୍ତିହୀନ ମନ୍ତବ୍ୟ । ରୁଚି କାରଣରୁ ସେ ଏଗୁଡା ଖାଉଛନ୍ତି, ଆମେ ମୟୁରଭଞ୍ଜରେ ବିଭିନ୍ନ ପ୍ରକାର ଜିନିଷ ଖାଉଥିଲୁ ତାର ଅର୍ଥ ନୁହେଁ ଆମେ ଅଭାବରେ ପଡ଼ି ଖାଉଥିଲୁ, ଏହା କେବଳ ରୁଚି ଥିଲା । କେହି ଏହାକୁ ରୋକ ଲଗେଇ ପାରିବେ ନାହିଁ, ତାଙ୍କର ମନେ ହେଲା ସେମାନେ ଖାଇଲେ , ସେ ଅସୁସ୍ଥ ହେବାରୁ କଣ ସରକାର ଦାୟୀ ? ସେଥିରେ ରାଜନୀତି କରିବା କଥା ନୁହେଁ କିନ୍ତୁ ଯେଉଁମାନେ ଏହାକୁ ରାଜନୀତି କରୁଛନ୍ତି ସେମାନେ ଆଦିବାସୀ ସମାଜ ଉପରେ କେତେ କାମ କରିଛନ୍ତି ?
The post ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ appeared first on Dharitri Odia News.