ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା

ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସା ସାଉଁଟିଛନ୍ତି। ସମସ୍ତଙ୍କ ମୁହଁରେ ବିଡ଼ିଓ ହେବ ତ ଏମିତି ବୋଲି ଆଲୋଚନା ହେଉଛି। ପ୍ରକାଶ ଯେ, ଗତ ଅକ୍ଟୋବରରେ ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ପଦୋନ୍ନତି ପରେ ସେ ଅନ୍ୟତ୍ର ଯିବା ପରେ ତାଙ୍କ ସ୍ଥାନରେ ବିଡ଼ିଓ ଭାବେ ପ୍ରୀତିରଞ୍ଜନ ରଥ […] The post ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା appeared first on Dharitri Odia News.

ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା

ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସା ସାଉଁଟିଛନ୍ତି। ସମସ୍ତଙ୍କ ମୁହଁରେ ବିଡ଼ିଓ ହେବ ତ ଏମିତି ବୋଲି ଆଲୋଚନା ହେଉଛି।
ପ୍ରକାଶ ଯେ, ଗତ ଅକ୍ଟୋବରରେ ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ପଦୋନ୍ନତି ପରେ ସେ ଅନ୍ୟତ୍ର ଯିବା ପରେ ତାଙ୍କ ସ୍ଥାନରେ ବିଡ଼ିଓ ଭାବେ ପ୍ରୀତିରଞ୍ଜନ ରଥ କାର୍ଯ୍ୟଭାର ନେଇଥିଲେ। ଦାୟିତ୍ୱ ନେବାର ସ୍ବଳ୍ପ ସମୟ ମଧ୍ୟରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରି ଲୋକଙ୍କ ହୃଦୟ ଜିଣିଥିଲେ। ପରେ ପରେ ସେ ଦାରିଙ୍ଗବାଡିର ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର କାର୍ଯ୍ୟ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବା ପାଇଁ ନିଜେ ବିଭିନ୍ନ ପଞ୍ଚାୟତର ଦୁର୍ଗମ ଗ୍ରାମକୁ ଯାଇ ସିଧା ଉପଭୋକ୍ତାମାନଙ୍କୁ ଭେଟି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ନିକଟକୁ ଯିବା ସହ ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚି ସେମାନେ ସରକାରଙ୍କ ଏହି ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରି ଏହି ଯୋଜନାରେ ସାମିଲ କରାଉଛନ୍ତି। ସେହିପରି ବିଧବା, ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବା ଲୋକଙ୍କୁ ଏହି ଯୋଜନା ରେ ସାମିଲ କରାଇବା ଭଳି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରୁଥିବା ଜଣାପଡିଛି। ଗୋଟିଏ ପଟେ ଭାଜପା ସରକାର ରହିଥିବା ବେଳେ ଦାରିଙ୍ଗବାଡି ବ୍ଲକରେ ବ୍ଲକ ଅଧ୍ୟକ୍ଷ ବିଜେଡିର ସୁଶାନ୍ତ ପ୍ରଧାନ ରହିଥିବାବେଳେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ କଂଗ୍ରେସ ଏବଂ କନ୍ଧମାଳ ଏମପି ଭାଜପାର ରହିଛନ୍ତି। ତେବେ ସେ ୩ଟି ଦଳର ଲୋକପ୍ରତିନିଧି ରହିଥିଲେ ମଧ୍ୟ ରାଜନୈତିକ କୌଣସି ଚାପ ନ ଥିବା ଯୋଗୁ ସେ ଲୋକଙ୍କ କାର୍ଯ୍ୟକୁ ସୁନ୍ଦର ଓ ସହଜରେ ସମ୍ପାଦନା କରୁଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ,
ରାଜ୍ୟରେ ପ୍ରଥମଥର ପାଇଁ ବହୁମତରେ ଭାଜପାର ମୋହନ ସରକାର ଗଠନ ହେବାପରେ ସରକାର ରାଜ୍ୟର ପୋଲିସ ପ୍ରଶାସନ, ବିଡ଼ିଓ, ତହସିଲଦାର ସମସ୍ତଙ୍କୁ ନେଇ ଅଲଗା ଅଲଗା କର୍ମଶାଳା ମାଧ୍ୟମରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପରାମର୍ଶ ଦେଇଥିଲେ ଏହାକୁ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ ଦୈନିକ ଉକ୍ତ ବ୍ଲକର ୨୫ ପଞ୍ଚାୟତର ବିଭିନ୍ନ ପଞ୍ଚାୟତର ଦୁର୍ଗମ ଅଞ୍ଚଳ ପରିଦର୍ଶନ କରୁଥିବା ଚର୍ଚ୍ଚା ଜୋରଦାର ହେଉଛି।

The post ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା appeared first on Dharitri Odia News.