ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମ ରେ ଭିଡିଓ ରିଲ୍ ପ୍ରସ୍ତୁତି ପ୍ରତିଯୋଗୀତା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉପ ଜିଲ୍ଲାପାଳଙ୍କ ନିର୍ବାଚନ ବିଭାଗ ଦ୍ଵାରା ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଯୁବ ଛାତ୍ର ଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଠି କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ରିଲ୍ ପ୍ରସ୍ତୁତି […] The post ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମ ରେ ଭିଡିଓ ରିଲ୍ ପ୍ରସ୍ତୁତି ପ୍ରତିଯୋଗୀତା appeared first on Odisha.News.

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉପ ଜିଲ୍ଲାପାଳଙ୍କ ନିର୍ବାଚନ ବିଭାଗ ଦ୍ଵାରା ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଯୁବ ଛାତ୍ର ଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଠି କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ରିଲ୍ ପ୍ରସ୍ତୁତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ର ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିବାବେଳେ ୩୦ ରୁ ୪୦ ସେକେଣ୍ଡ ମଧ୍ୟରେ ଏକ ଭିଡିଓ ଡାଇଲଗ୍ ପ୍ରସ୍ତୁତି କରିବାକୁ କୁହାଯାଇଥିଲା । ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ‘ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି’ ଓ ଯୁବ ଛାତ୍ର ଛାତ୍ରୀ ଚାହିଁଲେ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତ ଦେଇ ଥିଲେ I ମୁଖ୍ୟ ଅତିଥୁ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଜିତ କୁମାର ମିର୍ଦ୍ଧା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ ହେବା ସହ ପ୍ରତିଯୋଗୀତାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ବୀରମହାରାଜପୁରଙ୍କ କାର୍ଯ୍ୟାଳୟର ପ୍ରସାସନିକ ଅଧିକାରୀ ବୃନ୍ଦ , ଅଧ୍ୟାପକ , ଅଧ୍ୟାପିକା ସହଯୋଗ କରିଥିଲେ l ଅଧ୍ୟାପିକା ଦେବଜାନୀ ମେସୁଆ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
The post ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମ ରେ ଭିଡିଓ ରିଲ୍ ପ୍ରସ୍ତୁତି ପ୍ରତିଯୋଗୀତା appeared first on Odisha.News.