ବୀରମହାରାଜପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷର ବାଳିକା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିତା ରାଣୀ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅମରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ […] The post ବୀରମହାରାଜପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷର ବାଳିକା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିତା ରାଣୀ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅମରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଇଂରାଜୀ ବିଭାଗର ପ୍ରଧ୍ୟାପିକା ଗୀତାଞ୍ଜଳି ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦଯାପନି ସଭାରେ ଆତ୍ମସୁରକ୍ଷା କୌଶଳ ଶିକ୍ଷାଲାଭ କରିବାର ଆବଶ୍ୟକତା ସମ୍ପର୍କରେ ଅତିଥି ମତ ଦେବାସହ ଛାତ୍ରୀ ମାନଙ୍କ ମନବଳକୁ ବଢାଇଥିଲେ । ସେହିପରି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ହରପ୍ରିୟା ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସହ ସଂଯୋଜିକା ଅଧ୍ୟାପିକା ସୁପ୍ରଭା ନନ୍ଦ ଧନ୍ୟବାଦ ଅର୍ପଣ କରିବା ସହିତ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଜାନୁଆରୀ 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ 18 ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା । ଯେଉଁଥିରେ 174ଜଣ ଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର ଭାବେ ସୁରଜ୍ୟୋତି ପଧାନ ଓ ଶିବାନୀ ପଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁବାଷ ଚନ୍ଦ୍ର ଶତପଥି , ଦିବାକର ଭୋଇ , ଶ୍ରୀରାମ ଦେହେରୀ , କଲାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।
The post ବୀରମହାରାଜପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ appeared first on Odisha.News.