ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର, ଯାତାୟତ ପ୍ରଭାବିତ
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡୁଛି । ଆଜି ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଦୂରରୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି […] The post ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର, ଯାତାୟତ ପ୍ରଭାବିତ appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡୁଛି । ଆଜି ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଦୂରରୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି ।
ଆଜି କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଥିଲା ପାଣିପାଗ ବିଭାଗ । ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ପୂର୍ବରୁ ଦିଆଯାଇଛି ।
The post ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର, ଯାତାୟତ ପ୍ରଭାବିତ appeared first on KNews Odisha.