ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧
ଗ୍ରୀସର କାସୋସ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପର ଝଟକା ୬.୧ ତୀବ୍ରତା ରହିଛି । ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂକମ୍ପ ଝଟକା ସ୍ଥାନୀୟ ସମୟାନୁସାରେ ରାତି ୧.୫୧ରେ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପର କେନ୍ଦ୍ର ଏଲାଉଣ୍ଡା ଠାରୁ ୫୮ କିମି ଉତ୍ତର-ପୂର୍ବ ସମୁଦ୍ରରେ ରହିଥିଲା । ଏଲାଉଣ୍ଡା, କ୍ରିଟ ଦ୍ବୀପ ଉତ୍ତର ତଟରେ ରହିଛି । An […] The post ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧ appeared first on KNews Odisha.

ଗ୍ରୀସର କାସୋସ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପର ଝଟକା ୬.୧ ତୀବ୍ରତା ରହିଛି । ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂକମ୍ପ ଝଟକା ସ୍ଥାନୀୟ ସମୟାନୁସାରେ ରାତି ୧.୫୧ରେ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ ।
ଭୂକମ୍ପର କେନ୍ଦ୍ର ଏଲାଉଣ୍ଡା ଠାରୁ ୫୮ କିମି ଉତ୍ତର-ପୂର୍ବ ସମୁଦ୍ରରେ ରହିଥିଲା । ଏଲାଉଣ୍ଡା, କ୍ରିଟ ଦ୍ବୀପ ଉତ୍ତର ତଟରେ ରହିଛି ।
An earthquake with a magnitude of 6.0 on the Richter Scale hit Greece at 08:49 IST: National Centre for Seismology pic.twitter.com/STGcS7cBnV
— ANI (@ANI) May 22, 2025
ସୂଚନାଯୋଗ୍ୟ, ମଇ ୧୪ରେ ଗ୍ରୀସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ସମୟରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଭୂକମ୍ପ ସକାଳେ ହୋଇଥିଲା । ଭୂକମ୍ପ ଝଟକାରେ ଭୟଭୀତ ହୋଇ ଲୋକେ ଘରୁ ଦୌଡିଥିଲେ । ଏହି ଭୂକମ୍ପ ପରେ ସୁନାମୀ ଆକଳନ କରାଯାଇଥିଲା ।
Also Read : ବଲୁଚିସ୍ତାନ ପ୍ରାନ୍ତରେ ସ୍କୁଲ ବସରେ ବିସ୍ଫୋରଣ, ୪ ପିଲା ମୃତ , ୩୮ ଆହତ
The post ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧ appeared first on KNews Odisha.