ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର, ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ଅଵସର ସହାୟତା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର । ପ୍ରାଥମିକ ଶିକ୍ଷକଙ୍କ ବେତନ ହାରରେ ହେବ ପରିବର୍ତ୍ତନ । ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ସଂସ୍କୃତ ଟୋଲ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କା ଅବସରକାଳୀନ ସହାୟତା ମିଳିବ। ସେହିଭଳି ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମଦ୍ରାସା ଶିକ୍ଷକଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ସହାୟତା । ଅଵସର ପରେ […] The post ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର, ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ଅଵସର ସହାୟତା appeared first on KNews Odisha.

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର, ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ଅଵସର ସହାୟତା
cabinate

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର । ପ୍ରାଥମିକ ଶିକ୍ଷକଙ୍କ ବେତନ ହାରରେ ହେବ ପରିବର୍ତ୍ତନ । ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ସଂସ୍କୃତ ଟୋଲ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କା ଅବସରକାଳୀନ ସହାୟତା ମିଳିବ। ସେହିଭଳି ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମଦ୍ରାସା ଶିକ୍ଷକଙ୍କୁ ୫ ଲକ୍ଷ ଟଙ୍କା ମିଳିବ। ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ସହାୟତା ।

ଅଵସର ପରେ ଶିକ୍ଷକଙ୍କୁ ୧୦ ଲକ୍ଷ ଓ ଅଣଶିକ୍ଷକଙ୍କୁ ୫ ଲକ୍ଷ ଟଙ୍କା ସହାୟତା ମିଳିବ । ଏଥିପାଇଁ ୯୫୨ ଶିକ୍ଷକ ଓ ୧୦୨୫ ଜଣ ଅଣଶିକ୍ଷକ ଉପକୃତ ହେବେ। ଏଣିକି ନୂଆ ଛାତ୍ର ବୃତ୍ତି ଗାଇଡଲାଇନରେ ସଂଶୋଧନ ହୋଇଛି। ଅଣବୈଷୟିକ ୟୁଜି ଓ ପିଜି ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତିର ଲାଭ ପାଇ ପାରିବେ। ପୂର୍ବରୁ କେବଳ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ପଢୁଥିବା ଛାତ୍ରଛାତ୍ରୀ ଏଥିରୁ ଲାଭ ପାଉଥିଲେ।

ଢେଙ୍କାନାଳ ଜିଲ୍ଲାର ବିରାଶାଳରେ ହେବ ବିଜୁ ପଟ୍ଟନାୟକ ଆଭିଏସନ୍ ସେଣ୍ଟର । ଏଥିରେ ବାର୍ଷିକ ୫୦୦ ଜଣ ପାଇଲଟଙ୍କୁ ତାଲିମ ଦିଆଯିବ। ପାଇଲଟ ଟ୍ରେନିଂ, ସିମୁଲେଟର ଟ୍ରେନିଂ, କ୍ୟାବିନ କ୍ରିଉ ଟ୍ରେନିଂ ଦିଆଯିବ। ଏଥିପାଇଁ ୫୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସବୁ ବ୍ଲକ୍ ଓ ପ୍ରମୁଖ ଉପଖଣ୍ଡରେ ଆମ ବସ୍ ଷ୍ଟାଣ୍ଡ ହେବ। ଏଥିପାଇଁ ୩୧୮ ଟି ସ୍ଥାନ ଚିହ୍ନଟ ହୋଇଛି।

The post ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର, ବ୍ଲକଗ୍ରାଣ୍ଡ ଶିକ୍ଷକଙ୍କୁ ଏକକାଳୀନ ମିଳିବ ଅଵସର ସହାୟତା appeared first on KNews Odisha.