ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କଲେ ବାପା ମା’

ହଠାତ୍ ଏଭଳି କିଛି ପାଟି ଶୁଭିଲା ରାସ୍ତା ଉପରେ । ଧର ଧର ପଳେଇ ଯାଉଛି…. ଏହା କହି ଯୁବକର ଗଞ୍ଜିକୁ ଟାଣି ଧରିଲେ ଜଣେ ମହିଳା’ ….ସେ କହୁଥାନ୍ତି…ରହ ରହ ତୁ କୁଆଡେ ଯିବୁ ? ଏହା କହି ଝିଅ ହାତକୁ ଟାଣି ଧରିଲା ବାପା,, ତୁ କଣ ବୁଢାଟା ଝିଅ ନେଇ କୁଆଡେ ଯାଉଛୁ ? ତୁ ଭାବିଛୁ ଏଠି ଆମେ ସବୁ ଗାଁରୁ ଆସିଛୁ, ତୁ ତ ଏକୁଟିଆ ଏଠି ମରଦ … […] The post ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କଲେ ବାପା ମା’ appeared first on KNews Odisha.

ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କଲେ ବାପା ମା’

ହଠାତ୍ ଏଭଳି କିଛି ପାଟି ଶୁଭିଲା ରାସ୍ତା ଉପରେ । ଧର ଧର ପଳେଇ ଯାଉଛି…. ଏହା କହି ଯୁବକର ଗଞ୍ଜିକୁ ଟାଣି ଧରିଲେ ଜଣେ ମହିଳା’ ….ସେ କହୁଥାନ୍ତି…ରହ ରହ ତୁ କୁଆଡେ ଯିବୁ ? ଏହା କହି ଝିଅ ହାତକୁ ଟାଣି ଧରିଲା ବାପା,, ତୁ କଣ ବୁଢାଟା ଝିଅ ନେଇ କୁଆଡେ ଯାଉଛୁ ? ତୁ ଭାବିଛୁ ଏଠି ଆମେ ସବୁ ଗାଁରୁ ଆସିଛୁ, ତୁ ତ ଏକୁଟିଆ ଏଠି ମରଦ … ଝିଅଟାକୁ ନେଇ ପଳେଇବୁ ? ଧର ୟାକୁ ଥାନାରେ ଦେବା l ଝିଅକୁ ନେଇ ପଳାଉଛୁ ଚାଲ ଥାନାକୁ ….ଏମିତି ଅନେକ କଥା କହି ଚାଲିଲେ ଝିଅର ମା ବାପା l

ବିଚ୍ ରାସ୍ତାରେ ଅନେକ ସମୟ ଧରି ଚାଲିଲା ହାଇଡ୍ରାମା l ଏ ଦୃଶ୍ୟ ଥିଲା ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଘଟିଥିବା ଘଟଣାର । କିଛି ଲୋକ ରୁଣ୍ଡ ହେବା ପୂର୍ବରୁ ପୋଲିସ ପିସିଆର ପହଞ୍ଚିଥିଲା ଘଟଣା ସ୍ଥଳରେ l ତେବେ ଆସନ୍ତୁ ଜାଣିବା ଏତେ ବଡ଼ ଡ୍ରାମା ପଛରେ କାହାଣୀ କଣ ? ଏ ଘଟଣାଟି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି l

ସମୟ ଅପରାହ୍ନ । ଟିକେ ଭଲ ପାଗ ଦେଇଥାଏ l ରଜ ଆସର ମଧ୍ୟ ସରି ସରି ଆସୁଥାଏ l ସେତିକି ବେଳେ ଘଟିଲା ଏଇ ଘଟଣା । ବୟସରେ ବହୁତ ଫରକ ଥିଲେ ବି ଦୁହେଁ ଦୁହିଙ୍କୁ ଭଲ ପାଉଛନ୍ତି । ପ୍ରେମପକ୍ଷୀ ଦୁଇଜଣ ମଧ୍ୟରୁ ପ୍ରେମିକ ବୟସ ୪୫ ହୋଇଥିବା ବେଳେ ତାଙ୍କ ତୁଳନାରେ ପ୍ରେମିକାଙ୍କ ବୟସ ଖୁବ କମ୍ । ରଜର ମଉକା ପାଇ ପ୍ରେମିକ ଘଟଣା ଦିନ ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛନ୍ତି ଝିଅର ବାପା ମା’ । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି କିଛି ଘଟଣା । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ଥାନୀୟ ପିସିଆର ଉପସ୍ଥିତିରେ ନାବାଳିକାକୁ ଉଦ୍ଧାର କରିଥିଲା । ସେପଟେ ଯୁବକ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।… ତେବେ ଘଟଣା ପଛରେ ଯାହା ଥାଉନା କାହିଁକି …ଏହାର କେହି ଭିଡିଓ କରି ଛାଡ଼ି ଦେଇଥିଲେ ଯେ ତାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Also Read:ଲସି ଦୋକାନ ଭିତରେ ପଶିଲା କାର , ଜଣେ ମୃତ

The post ଝିଅକୁ ନେଇ ପଳାଇ ଯାଉଥିବା ବେଳେ ଦୁଇ ଜଣଙ୍କୁ କାବୁ କଲେ ବାପା ମା’ appeared first on KNews Odisha.