ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା

ନୂଆଦିଲ୍ଲୀ,୧୬।୧:ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ନେଇ ସେ କହିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ସେ ଯାହା କରିବାକୁ ଚାହୁଁଥିଲେ ତାହା କରିସାରିଛନ୍ତି। କମ୍ପାନୀ ବନ୍ଦ କରିବା ପଛରେ କୌଣସି ର୍ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ, କିମ୍ବା କୌଣସି ବିପଦ ନାହିଁ, କୌଣସି ସ୍ବାସ୍ଥ୍ୟ ସମସ୍ୟା […] The post ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା appeared first on Dharitri Odia News.

ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା

ନୂଆଦିଲ୍ଲୀ,୧୬।୧:ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ନେଇ ସେ କହିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ସେ ଯାହା କରିବାକୁ ଚାହୁଁଥିଲେ ତାହା କରିସାରିଛନ୍ତି। କମ୍ପାନୀ ବନ୍ଦ କରିବା ପଛରେ କୌଣସି ର୍ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ, କିମ୍ବା କୌଣସି ବିପଦ ନାହିଁ, କୌଣସି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ନାହିଁ।

ଦୁଇ ବର୍ଷ ପୂର୍ବେ ଏହି ମାସରେ, ହିଣ୍ଡେନବର୍ଗର ଏକ ରିପୋର୍ଟ ଯୋଗୁଁ ଗୌତମ ଆଦାନୀଙ୍କୁ $୧୦୦ ବିଲିୟନ କ୍ଷତି ସହିବାକୁ ପଡିଥିଲା। ଆଜି ମଧ୍ୟ, ହିଣ୍ଡେନବର୍ଗର ଏକ ଖବର ଯୋଗୁଁ, ଆଦାନୀ ଶେୟାରରେ ଏକ ବୃଦ୍ଧି ଦେଖିବାକୁ ମିଳିଛି। ପ୍ରକୃତରେ, ସର୍ଟ-ସେଲର୍‌ ଫାର୍ମ ହିଣ୍ଡେନବର୍ଗ ବନ୍ଦ ହେବାର ନିଷ୍ପତ୍ତିର ପ୍ରଭାବ ଆଜି ଆଦାନୀ ଗ୍ରୁପର ଶେୟାର ଉପରେ ଦେଖାଯାଉଛି। ଆଜି, ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଏବଂ SEZ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ୱିଲମାର, ଅମ୍ବୁଜା ସିମେଣ୍ଟ, ACC ଏବଂ NDTV ସେୟାର ବୃଦ୍ଧି ପାଇଛି।

ଗୁରୁବାର ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ପରେ, କାରବାର ଜୋରଦାର ଆରମ୍ଭ ହୋଇଥିଲା୧ ନିଫ୍ଟି ୧୬୪ ପଏଣ୍ଟ ବୃଦ୍ଧି ସହିତ ୨୩୩୭୭ ସ୍ତରରେ ଖୋଲିଥିଲା, ଯେତେବେଳେ ସେନସେକ୍ସ ୫୯୫ ପଏଣ୍ଟ ବୃଦ୍ଧି ସହିତ ୭୭୩୧୯ ସ୍ତରରେ ଖୋଲିଥିଲା। ବଜାର ବର୍ତ୍ତମାନ ଉପରମୁହାଁ ହୋଇଛି। ସେହି ସମୟରେ, ଆଦାନୀ ଗ୍ରୁପର ସେୟାର ଆଜି ଫୋକସରେ ରହିଛି। ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକର ଶେୟାର ବୃଦ୍ଧି ପଛରେ ସର୍ଟ ସେଲର୍‌ ଫାର୍ମ ହିଣ୍ଡେନବର୍ଗ ବନ୍ଦ ହୋଇଯିବା କାରଣ ବୋଲି ବିଶ୍ୱାସ କରାଯାଉଛି। ଏହିି କମ୍ପାନୀ ଯୋଗୁଁ ଆଦାନୀଙ୍କୁ ବହୁତ କ୍ଷତି ସହିବାକୁ ପଡିଥିଲା ଏବଂ କମ୍ପାନୀକୁ ଏଥିରୁ ପୁନରୁଦ୍ଧାର କରିବାକୁ ବହୁତ ସମୟ ଲାଗିଥିଲା। ହିଣ୍ଡେନବର୍ଗ ୨୪ ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ ବିରୋଧରେ ରିପୋର୍ଟରେ କହିଥିଲେ ଯେ ଆଦାନୀ ଗ୍ରୁପ ଅଫଶୋର ଟ୍ୟାକ୍ସ ହେଭନର ଅପବ୍ୟବହାର କରି ଲାଭ ରୋଜଗାର କରୁଛି, କିନ୍ତୁ ଆଦାନୀ ଗ୍ରୁପ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା ଗତକାଲି ରାତିରେ, ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ତାଙ୍କ କମ୍ପାନୀକୁ ବନ୍ଦ କରିବାର ଘୋଷଣା କରିଥିଲେ, ଯାହା ପରେ ଷ୍ଟକ ବଜାର ଖୋଲିବା ମାତ୍ରେ ଆଦାନୀ ସେୟାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳୁଛି।

The post ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା appeared first on Dharitri Odia News.