ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ ସିଙ୍ଗର, ବାତିଲ୍ ହେଲା ଗାୟକଙ୍କ କନସର୍ଟ

ନୂଆଦିଲ୍ଲୀ ୧୪/୦୨: ଅଳ୍ପକେ ବର୍ତ୍ତିଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । କାରଣ ଦୁର୍ଘଟଣାରେ ଶିକାର ହୋଇଛନ୍ତି ସେ । ଏହା ପରେ ପୁନେରେ ହେବାକୁ ଥିବା  ତାଙ୍କର କନସର୍ଟକୁ ସ୍ଥଗିତ ରଖିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର କରିଛନ୍ତି । ବିଶାଲ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଯେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ତଥାପି, ସେ କେତେ ଆହତ ହୋଇଛନ୍ତି ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି ବୋଲି ଜଣାପଡିଛି । ବିଶାଲ ଦଦଲାନି ତାଙ୍କ ଇନଷ୍ଟାଗ୍ରାମରେ ଏକ କାହାଣୀ ସେୟାର କରିଛନ୍ତି । ଏହି କାହାଣୀରେ ସେ ତାଙ୍କର ଆଗାମୀ କନସର୍ଟର ତାରିଖ ପରିବର୍ତ୍ତନ ଏବଂ ଏହା ପଛର କାରଣ ବିଷୟରେ କହିଛନ୍ତି । ବିଶାଲ କନସର୍ଟର ପୋଷ୍ଟର ସହିତ ତାଙ୍କ କାହାଣୀରେ ଲେଖିଛନ୍ତି, “ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା । ମୁଁ ଶୀଘ୍ର ସୁସ୍ଥ ହେବି, ତୁମ ସମସ୍ତଙ୍କୁ ଅପଡେଟ୍ ଜଣାଇବି । ଏହା ବ୍ୟତୀତ ଏହି ଦୁର୍ଘଟଣା କିମ୍ବା ଏହା କିପରି ଘଟିଲା ସେ ବିଷୟରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ତାଙ୍କ ସହିତ, ଆୟୋଜକମାନେ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରେ ଏହା ବିଷୟରେ ସେୟାର କରିଥିଲେ ।ଶୋ’ଟି ମାର୍ଚ୍ଚ ୨ରେ ଅନୁଷ୍ଠିତ ହେବାର ଥିଲା:ବିଶାଲଙ୍କ ଯୋଡ଼ି ଶେଖର ମଧ୍ୟ ପୁଣେରେ ତାଙ୍କ ସହି

ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ ସିଙ୍ଗର, ବାତିଲ୍ ହେଲା ଗାୟକଙ୍କ କନସର୍ଟ

ନୂଆଦିଲ୍ଲୀ ୧୪/୦୨: ଅଳ୍ପକେ ବର୍ତ୍ତିଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । କାରଣ ଦୁର୍ଘଟଣାରେ ଶିକାର ହୋଇଛନ୍ତି ସେ । ଏହା ପରେ ପୁନେରେ ହେବାକୁ ଥିବା  ତାଙ୍କର କନସର୍ଟକୁ ସ୍ଥଗିତ ରଖିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର କରିଛନ୍ତି । ବିଶାଲ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଯେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ତଥାପି, ସେ କେତେ ଆହତ ହୋଇଛନ୍ତି ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି ବୋଲି ଜଣାପଡିଛି । 

ବିଶାଲ ଦଦଲାନି ତାଙ୍କ ଇନଷ୍ଟାଗ୍ରାମରେ ଏକ କାହାଣୀ ସେୟାର କରିଛନ୍ତି । ଏହି କାହାଣୀରେ ସେ ତାଙ୍କର ଆଗାମୀ କନସର୍ଟର ତାରିଖ ପରିବର୍ତ୍ତନ ଏବଂ ଏହା ପଛର କାରଣ ବିଷୟରେ କହିଛନ୍ତି । ବିଶାଲ କନସର୍ଟର ପୋଷ୍ଟର ସହିତ ତାଙ୍କ କାହାଣୀରେ ଲେଖିଛନ୍ତି, “ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା । ମୁଁ ଶୀଘ୍ର ସୁସ୍ଥ ହେବି, ତୁମ ସମସ୍ତଙ୍କୁ ଅପଡେଟ୍ ଜଣାଇବି । ଏହା ବ୍ୟତୀତ ଏହି ଦୁର୍ଘଟଣା କିମ୍ବା ଏହା କିପରି ଘଟିଲା ସେ ବିଷୟରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ତାଙ୍କ ସହିତ, ଆୟୋଜକମାନେ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରେ ଏହା ବିଷୟରେ ସେୟାର କରିଥିଲେ ।

ଶୋ’ଟି ମାର୍ଚ୍ଚ ୨ରେ ଅନୁଷ୍ଠିତ ହେବାର ଥିଲା:

ବିଶାଲଙ୍କ ଯୋଡ଼ି ଶେଖର ମଧ୍ୟ ପୁଣେରେ ତାଙ୍କ ସହିତ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ଏହି କନ୍ସର୍ଟ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ହେବାର ଥିଲା। ତଥାପି, ପରବର୍ତ୍ତୀ ତାରିଖ ବିଷୟରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। ଏହି କାର୍ଯ୍ୟକ୍ରମ ଅର୍ବାନ୍ ସୋ ଦ୍ୱାରା ଆୟୋଜିତ। ସେ ତାଙ୍କ ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ ଆମେ ଆପଣଙ୍କୁ ଜଣାଇ ଦୁଃଖର ସହିତ କହୁଛୁ ଯେ ପ୍ରସିଦ୍ଧ ଯୋଡ଼ି ବିଶାଲ ଏବଂ ଶେଖରଙ୍କ ସବୁଠାରୁ ପ୍ରତୀକ୍ଷିତ ଅର୍ବାନ୍ ଶୋ'ସ୍ ମ୍ୟୁଜିକ୍ କନସର୍ଟର ତାରିଖ ବିଶାଲ ଦଦଲାନିଙ୍କ ଦୁର୍ଘଟଣା ଯୋଗୁଁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।