ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମନାଷ୍ଟିକ ଏକାଡେମୀ, ଏବଂ ୧୨ଟି ହକି ଟ୍ରେନିଂ ସେଣ୍ଟର ଉଦଘାଟନ କରିଛନ୍ତି । ସେହିଭଳି ୧୧ଟି କ୍ରୀଡ଼ା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏସବୁ ପ୍ରକଳ୍ପ 5T ଉପକ୍ରମରେ ହୋଇଛି। ୪୮ଟି ଇଣ୍ଡୋର ଷ୍ଟାଡିୟମ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି। ଏହି ବହୁମଖୀ ଷ୍ଟାଡିୟମ ଗୁଡ଼ିକରେ […] The post ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.

ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମନାଷ୍ଟିକ ଏକାଡେମୀ, ଏବଂ ୧୨ଟି ହକି ଟ୍ରେନିଂ ସେଣ୍ଟର ଉଦଘାଟନ କରିଛନ୍ତି । ସେହିଭଳି ୧୧ଟି କ୍ରୀଡ଼ା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏସବୁ ପ୍ରକଳ୍ପ 5T ଉପକ୍ରମରେ ହୋଇଛି। ୪୮ଟି ଇଣ୍ଡୋର ଷ୍ଟାଡିୟମ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି। ଏହି ବହୁମଖୀ ଷ୍ଟାଡିୟମ ଗୁଡ଼ିକରେ ବ୍ୟାଡମିଣ୍ଟନ, ଟେବୁଲଟେନିସ, ଯୋଗ, ଚେସ, ଭାରୋତ୍ତଳନ, ଜିମ ଆଦି ସୁବିଧା ରହିଛି। ସେହିପରି ହକି ପାଇଁ ୧୨ଟି ନୂଆ ଟ୍ରେନିଂ ସେଣ୍ଟର ଖୋଲାଯାଇଛି। ଯାହା ଦେଶରେ ସର୍ବାଧିକ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦୀଲିପ ତିର୍କୀ ଧନ୍ୟବାଦ ଜଣାଇଛନ୍ତି।
The post ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬୫୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.