ଭୁବନେଶ୍ୱରରେ ବେଦାନ୍ତୁ ଅଫ୍ଲାଇନ ଲର୍ନିଂ ସେଣ୍ଟର
ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍ସିଏମ୍ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍ଘାଟନ) ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତୁ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବେଦାନ୍ତୁର ଭିପି (ବିଜ୍ନେସ୍) ସଚିନ ଅଗ୍ରଓ୍ବାଲଙ୍କ ସମେତ ବେଦାନ୍ତୁ ଲର୍ନ ସେଣ୍ଟରର […] The post ଭୁବନେଶ୍ୱରରେ ବେଦାନ୍ତୁ ଅଫ୍ଲାଇନ ଲର୍ନିଂ ସେଣ୍ଟର appeared first on Dharitri Odia News.
ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍ସିଏମ୍ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍ଘାଟନ) ହେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ବେଦାନ୍ତୁ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବେଦାନ୍ତୁର ଭିପି (ବିଜ୍ନେସ୍) ସଚିନ ଅଗ୍ରଓ୍ବାଲଙ୍କ ସମେତ ବେଦାନ୍ତୁ ଲର୍ନ ସେଣ୍ଟରର ପାଟର୍ନର ଜ୍ୟୋତିରଞ୍ଜନ ତ୍ରିପାଠୀ ଏବଂ ବିକାଶ ବାହିନୀପତି ଉପସ୍ଥିତ ରହି ଭୁବନେଶ୍ୱର ସେଣ୍ଟର ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ସେଣ୍ଟରର ଆଭିମୁଖ୍ୟ ବିଷୟରେ ମଧ୍ୟ ମତପ୍ରକାଶ କରିଥିଲେ। ସେହିଭଳି ଏଡ୍-ଟେକ୍ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅଫ୍ଲାଇନ କୋଚିଂରେ ମଧ୍ୟ ବିପ୍ଳବ ଆଣିବାକୁ ଯାଉଛି ବୋଲି ଭୁବନେଶ୍ୱର ସେଣ୍ଟର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଲର୍ନିଂ ସେଣ୍ଟର ଚଳିତ ବର୍ଷ ମାର୍ଚ୍ଚ ୧୭ରୁ କାର୍ଯ୍ୟାରମ୍ଭ କରୁଛି ଏବଂ ଏହା ଅଫ୍ଲାଇନ ଚ୍ୟାନେଲରେ ଜେଇଇ/ଏନ୍ଇଇଟି ଭଳି ପରୀକ୍ଷାଗୁଡିକ ନିମନ୍ତେ ଗୁଣାମତ୍କ ଶିକ୍ଷାର ସୁଯୋଗ ପରିବ୍ୟାପ୍ତ କରିବା ଦିଗରେ ଏହା ବେଦାନ୍ତୁର ରଣକୌଶଳାମତ୍କ ପଦକ୍ଷେପ ହୋଇଛି। ଚଳିତ ମାସ ୧୭ରେ ଏହି ସେଣ୍ଟର ଶୁଭାରମ୍ଭ ଉପଲକ୍ଷେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜନ ହେବାକୁ ଯାଉଛି।
The post ଭୁବନେଶ୍ୱରରେ ବେଦାନ୍ତୁ ଅଫ୍ଲାଇନ ଲର୍ନିଂ ସେଣ୍ଟର appeared first on Dharitri Odia News.