ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବା ପଛରେ ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯେଉଁ କେତୋଟି ବିଷୟକୁ ପ୍ରାଥମିକତା ଦିଆଯିବା ଦରକାର, ପୁଣି ତାହା ଆପଣଙ୍କର ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଦିନତମାମ ପରିଶ୍ରମ ଅନୁସାରେ ରାତିରେ ପାଖାପାଖି ୬-୭ ଘଣ୍ଟା ଶାନ୍ତିରେ ଶୁଅନ୍ତୁ। ସକାଳୁ ଅତିକମ୍ରେ ଅଧ ଘଣ୍ଟାଏ ଚାଲନ୍ତୁ। ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା […] The post ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବା ପଛରେ ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯେଉଁ କେତୋଟି ବିଷୟକୁ ପ୍ରାଥମିକତା ଦିଆଯିବା ଦରକାର, ପୁଣି ତାହା ଆପଣଙ୍କର ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଦିନତମାମ ପରିଶ୍ରମ ଅନୁସାରେ ରାତିରେ ପାଖାପାଖି ୬-୭ ଘଣ୍ଟା ଶାନ୍ତିରେ ଶୁଅନ୍ତୁ। ସକାଳୁ ଅତିକମ୍ରେ ଅଧ ଘଣ୍ଟାଏ ଚାଲନ୍ତୁ। ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଯୋଗ କରିବା ଦ୍ୱାରା ଆମ ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତା’ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ରକ୍ତଚାପକୁ ଏହା ମଧ୍ୟ ସନ୍ତୁଳିତ ଅବସ୍ଥାରେ ରଖେ। ଅନେକ ସମୟରେ ଚାପରେ ରହିବା ଯୋଗୁ କେତେକ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେଣୁ ଏସବୁଠାରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ। ମାନସିକ ଭାରସାମ୍ୟ ଠିକ୍ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
The post ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.