ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌

ବାରିପଦା,୨୩ା୬: ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ସରକାରୀ ବସ୍‌ ସେବା ରବିବାରଠାରୁ ଆରମ୍ଭ ହୋଇଛି। ବସ୍‌ ମାଲିକ ସଂଘର ଧର୍ମଘଟ ଯୋଗୁ ଶୁକ୍ରବାର ରାତିରୁ ବସ୍‌ ଚଳାଚଳ ବନ୍ଦ  ପରେ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ରବିବାର ସକାଳୁ ଓଏସ୍‌ଆର୍‌ଟିସି ପକ୍ଷରୁ ୧୪ଟି ଲକ୍ଷ୍ମୀ ବସ୍‌ ବିଭିନ୍ନ ରୁଟ୍‌ରେ ପ୍ରଶାସନ ପକ୍ଷରୁ ଚଳାଚଳ ଆରମ୍ଭ। ଅଧିକ ବସ୍‌ ଆବଶ୍ୟକ ଅନୁସାରେ ମଗାଯାଇଛି ବୋଲି ଆରଟିଓ ବିଶ୍ବରାଜ ବେହେରା କହିଛନ୍ତି। […] The post ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌ appeared first on Dharitri Odia News.

ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌

ବାରିପଦା,୨୩ା୬: ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ସରକାରୀ ବସ୍‌ ସେବା ରବିବାରଠାରୁ ଆରମ୍ଭ ହୋଇଛି। ବସ୍‌ ମାଲିକ ସଂଘର ଧର୍ମଘଟ ଯୋଗୁ ଶୁକ୍ରବାର ରାତିରୁ ବସ୍‌ ଚଳାଚଳ ବନ୍ଦ  ପରେ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ରବିବାର ସକାଳୁ ଓଏସ୍‌ଆର୍‌ଟିସି ପକ୍ଷରୁ ୧୪ଟି ଲକ୍ଷ୍ମୀ ବସ୍‌ ବିଭିନ୍ନ ରୁଟ୍‌ରେ ପ୍ରଶାସନ ପକ୍ଷରୁ ଚଳାଚଳ ଆରମ୍ଭ। ଅଧିକ ବସ୍‌ ଆବଶ୍ୟକ ଅନୁସାରେ ମଗାଯାଇଛି ବୋଲି ଆରଟିଓ ବିଶ୍ବରାଜ ବେହେରା କହିଛନ୍ତି। ଅପରପକ୍ଷରେ ଅନ୍ୟ ସଂଘ ତଥା ବାହାର ଜିଲା ଓ ରାଜ୍ୟ ବସ୍‌ ସ୍ବାଭାବିକ ଭାବେ ଜିଲାରେ ଚଳାଚଳ କରୁଛି। ସେହିପରି ଘଟଣାର ସମାଧାନ ପନ୍ଥା ବାହାର ପାଇଁ ପୁଣି ଆଜି ମାଲିକ ସଂଘ ସହିତ ପ୍ରଶାସନର ବୈଠକ ବସିବ ବୋଲି ଜଣାପଡ଼ିଛି। ତା’ପୂର୍ବରୁ ସଂଘ ନିଷ୍ପତ୍ତି ପାଇଁ ଜୋନ୍‌ସ୍ତରୀୟ ବସମାଲିକ ସଂଘର ବୈଠକ ବସିବ।


ସୂଚନାଯୋଗ୍ୟ, ଏକ ବସ୍‌ ଚଳାଚଳ ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ଶୁକ୍ରବାର ଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ଉଭୟ ପକ୍ଷର ୮ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଉଭୟପକ୍ଷର ଅଭିଯୋଗ କ୍ରମେ ପୋଲିସ ୨ଟି ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ ପୂର୍ବକ ଶନିବାର କୋର୍ଟ ଚାଲାଣ କରିଛି। ତେବେ ମାଲିକ ସଂଘର ସାଧାରଣ ସମ୍ପାଦକଙ୍କ ସହିତ ୪ଜଣଙ୍କ ନାମରେ ଜାଣିଶୁଣି ସଙ୍ଗୀନ ଦଫା ଲଗାଯାଇଥିବାରୁ ସେମାନଙ୍କ ଜାମିନ ମିଳିପାରିନି। ସେମାନେ ଜାମିନରେ ନ ଆସିବା ପର୍ଯ୍ୟନ୍ତ ବସ୍‌ ଚଳାଚଳ ସମ୍ଭବପର ନୁହେଁ ଦର୍ଶାଇ ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଚଳାଚଳ ନିଜ ପକ୍ଷରୁ ବନ୍ଦ ରଖିଛନ୍ତି।

The post ବାରିପଦାରୁ ଗଡ଼ିଲା ୧୪ ସରକାରୀ ବସ୍‌, ଗଡୁନି ଘରୋଇ ବସ୍‌ appeared first on Dharitri Odia News.