ବିଜୁଳି ସହ ଘଡ଼ଘଡ଼ି ସହ ବର୍ଷା: ୨୭ ଜିଲାକୁ କାଳବୈଶାଖୀ ସତର୍କତା
ଭୁବନେଶ୍ୱର,୨୨ା୩(ଅନୁରାଧା ମହାରଣା):ରାଜ୍ୟରେ ବେଶ୍ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି। ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଶନିବାର ପାଇଁ ୨୭ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ପବନର […] The post ବିଜୁଳି ସହ ଘଡ଼ଘଡ଼ି ସହ ବର୍ଷା: ୨୭ ଜିଲାକୁ କାଳବୈଶାଖୀ ସତର୍କତା appeared first on Dharitri Odia News.
ଭୁବନେଶ୍ୱର,୨୨ା୩(ଅନୁରାଧା ମହାରଣା):ରାଜ୍ୟରେ ବେଶ୍ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି। ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଶନିବାର ପାଇଁ ୨୭ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ସହ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ିବ। ଏଥିପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ସମେତ ୧୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ତେବେ ଆସନ୍ତା ୨୪ ତାରିଖ ଯାଏ ଏଭଳି ପାଗ ରହିବ। ଏହାପରେ ପାଗ ପୁଣି ବଦଳିପାରେ ବୋଲି ପୂର୍ବାନୁମାନ କରାଯାଇଛି।
The post ବିଜୁଳି ସହ ଘଡ଼ଘଡ଼ି ସହ ବର୍ଷା: ୨୭ ଜିଲାକୁ କାଳବୈଶାଖୀ ସତର୍କତା appeared first on Dharitri Odia News.