ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ
ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍ର ନୂତନ ଉତ୍ପାଦ ଯଥା, ଆରିଜୋ ମେଲଟ ରେସିଷ୍ଟାଣ୍ଟ ଓୟାର (ଆରିଜୋ), ସୁପରିଓ + ଇକୋ ସେଫ୍ ଓୟାର (ସୁପରିଓ+) ଏବଂ ଏଲେଗ୍ନା ଏମ୍ସିବି (ଏଲେଗ୍ନା) ଭଳି ବୈଦ୍ୟୁତିକ ସାମଗ୍ରୀ ନିକଟରେ ଉନ୍ମୋଚିତ ହୋଇଯାଇଛି, ଯାହାକି ଇଲେକ୍ଟ୍ରିକାଲ୍ ଓୟାରିଂ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭିନବ ଉଦ୍ଭାବନ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ […] The post ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ appeared first on Dharitri Odia News.
ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍ର ନୂତନ ଉତ୍ପାଦ ଯଥା, ଆରିଜୋ ମେଲଟ ରେସିଷ୍ଟାଣ୍ଟ ଓୟାର (ଆରିଜୋ), ସୁପରିଓ + ଇକୋ ସେଫ୍ ଓୟାର (ସୁପରିଓ+) ଏବଂ ଏଲେଗ୍ନା ଏମ୍ସିବି (ଏଲେଗ୍ନା) ଭଳି ବୈଦ୍ୟୁତିକ ସାମଗ୍ରୀ ନିକଟରେ ଉନ୍ମୋଚିତ ହୋଇଯାଇଛି, ଯାହାକି ଇଲେକ୍ଟ୍ରିକାଲ୍ ଓୟାରିଂ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭିନବ ଉଦ୍ଭାବନ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶକ ତଥା ସିଓଓ ରାମଚନ୍ଦ୍ରନ ଭି କହିଛନ୍ତି, ଆମେ ଆମର ନୂତନ ଉତ୍ପାଦ ସମ୍ଭାରକୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ। ବିଶେଷକରି ବୈଦ୍ୟୁତିକ ନିରାପତ୍ତା ଏବଂ ସ୍ଥାୟିତ୍ୱର ପରବର୍ତ୍ତୀ ଯୋଦ୍ଧା ଭାବେ ଆମେ ‘ଆରିଜୋ ଓୟାର୍ସ’ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ ଥିଲାବେଳେ ଆରିଜୋ ସହିତ ଉପଭୋକ୍ତାମାନେ ବିଶ୍ୱାସ କରି ପାରିବେ ଯେ ସେମାନେ ଏଭଳି ଏକ ଉତ୍ପାଦରେ ନିବେଶ କରୁଛନ୍ତି, ଯାହା କେବଳ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଏ ନାହିଁ ବରଂ ଏକ ସ୍ବଚ୍ଛ,ସବୁଜ ଭବିଷ୍ୟତରେ ମଧ୍ୟ ଯୋଗଦାନ କରିଥାଏ।
The post ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ appeared first on Dharitri Odia News.