ଗ୍ରୁପ୍ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ
ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ଉଲୁମୁଣ୍ଡି ଜୁଗୁନି ସାହିର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ଚିତ୍ରଡ଼ା ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ସେହିପରି ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଓ ଏଏସ୍ଆଇ ଦୀନବନ୍ଧୁ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା […] The post ଗ୍ରୁପ୍ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ appeared first on Dharitri Odia News.
ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ।
ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ଉଲୁମୁଣ୍ଡି ଜୁଗୁନି ସାହିର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ଚିତ୍ରଡ଼ା ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ସେହିପରି ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଓ ଏଏସ୍ଆଇ ଦୀନବନ୍ଧୁ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ପଠାଇଥିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତକ ଜଣକ ହେଲେ ଉକ୍ତ ପଞ୍ଚାୟତର ବାଘାଝରଣା ଗ୍ରାମର ପାରାଓ଼ ହାଁସଦାଙ୍କ ସ୍ତ୍ରୀ ସୁମିତ୍ରା।
ସୁମିତ୍ରାଙ୍କ ମା’ରାଇମଣି ସୋରେନଙ୍କ କହିବା ମୁତାବକ, ସୁମିତ୍ରା ଗତ ମଙ୍ଗଳବାର ସନ୍ଧ୍ୟରେ କିସ୍ତି ଟଙ୍କା ଦେବାକୁ ବାପଘରକୁ ଆସିଥିଲେ ଏବଂ ଟଙ୍କା ଦେଇ ଚାଲିଯାଇଥିଲେ l ତେବେ ଗୁରୁବାର ସକାଳୁ ଗ୍ରାମବାସୀ ସୁମିତ୍ରାଙ୍କ ମୃତଦେହ ଉକ୍ତ ପୋଖରୀରେ ଭାସୁଥିବାର ଦେଖି ଖବର ଦେଇଥିଲେ। ତେବେ ସାନମୁଣ୍ଢାବଣି ଆରଆଇ କୃଷ୍ଣମୋହନ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ ଏବଂ ସରପଞ୍ଚ ମାଇନ ମାର୍ଣ୍ଡି ମଧ୍ୟ ଯଥାଶୀଘ୍ର ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସହାୟତା ଦେବେ ବୋଲି କହିଛନ୍ତି।
The post ଗ୍ରୁପ୍ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ appeared first on Dharitri Odia News.