ଲୋକ ସଭା ଏମ୍ପିଙ୍କୁ ଭେଟିଲେ ପ୍ରତିନିଧି ଦଳ
ରିଷିଡା,୧୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳସ୍ଥରୀୟ ଏକ କମିଟି କଳାହାଣ୍ଡି ଏମ୍ପି ମାଳବିକା ସିଂଦେଓଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିଗୁଡିକ ମଧ୍ୟରେ ରିଷିଡା ଫଟାମୁଣ୍ତା ପାଣିଟାଙ୍କି ଛକ ଓ କଲେଜ ଛକରେ ସୋଲାର ଲାଇଟ ବ୍ୟବସ୍ଥା, ରିଷିଡା ବସଷ୍ଟାଣ୍ଡର ନବିକରଣ, ରିଷିଡା ମେଡିକାଲକୁ ସିଏଚିସି ମାନ୍ୟତା, ରିଷିଡାକୁ ଏନଏସି ମାନ୍ୟତା ସମେତ ବ୍ଲକର ଅନେକ ସମସ୍ୟା ଉପରେ ଲିଖିତ ଭାବେ ଏମ୍ପିଙ୍କୁ ଜଣାଇଥିଲେ। ଏଥିରେ […] The post ଲୋକ ସଭା ଏମ୍ପିଙ୍କୁ ଭେଟିଲେ ପ୍ରତିନିଧି ଦଳ appeared first on Dharitri Odia News.
ରିଷିଡା,୧୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳସ୍ଥରୀୟ ଏକ କମିଟି କଳାହାଣ୍ଡି ଏମ୍ପି ମାଳବିକା ସିଂଦେଓଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିଗୁଡିକ ମଧ୍ୟରେ ରିଷିଡା ଫଟାମୁଣ୍ତା ପାଣିଟାଙ୍କି ଛକ ଓ କଲେଜ ଛକରେ ସୋଲାର ଲାଇଟ ବ୍ୟବସ୍ଥା, ରିଷିଡା ବସଷ୍ଟାଣ୍ଡର ନବିକରଣ, ରିଷିଡା ମେଡିକାଲକୁ ସିଏଚିସି ମାନ୍ୟତା, ରିଷିଡାକୁ ଏନଏସି ମାନ୍ୟତା ସମେତ ବ୍ଲକର ଅନେକ ସମସ୍ୟା ଉପରେ ଲିଖିତ ଭାବେ ଏମ୍ପିଙ୍କୁ ଜଣାଇଥିଲେ। ଏଥିରେ ଭାଜପା ଜିଲା ପ୍ରତିନିଧି ସଞ୍ଜୟ କୁମାର ଜୈନ ନେତୃତ୍ୱରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଦୈଇତରାମ ସୁନା, ସୂର୍ଯ୍ୟମଣି ଘିଭେଲା, ସୁଧିର ତାଣ୍ଡି, ରାଜେନ୍ଦ୍ର ସାହୁ, ଲିଙ୍ଗରାଜ ସାହୁ, ହିମାଂଶୁ ରଣା ପ୍ରମୁଖ ଭେଟି ଦାବି ଜଣାଇଥିଲେ।
The post ଲୋକ ସଭା ଏମ୍ପିଙ୍କୁ ଭେଟିଲେ ପ୍ରତିନିଧି ଦଳ appeared first on Dharitri Odia News.