ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ
କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଯାଇ ସାକ୍ଷାତ କରିଛନ୍ତି କେନ୍ଦୁଝର ଏମ୍ପି ଅନନ୍ତ ନାୟକ। ଏହି ଅବସରରେ ନାୟକ ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ପ୍ରତାପଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ନାୟକ ନନା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ […] The post ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ appeared first on Dharitri Odia News.
କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଯାଇ ସାକ୍ଷାତ କରିଛନ୍ତି କେନ୍ଦୁଝର ଏମ୍ପି ଅନନ୍ତ ନାୟକ। ଏହି ଅବସରରେ ନାୟକ ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ପ୍ରତାପଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ନାୟକ ନନା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ମା’ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାୟକ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଭଳି ଭାବେ ଅତ୍ୟନ୍ତ ଅଶାଳୀନ ଓ ଦାୟିତ୍ୱହୀନ ବ୍ୟବହାର କରିଛନ୍ତି ତାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି । ଆଜି ରାହୁଲ ଗାନ୍ଧୀ ତାଙ୍କର ଅଶାଳୀନ ବ୍ୟବହାରର ସମସ୍ତ ସୀମାକୁ ଉଲ୍ଲଂଘନ କରି ଯାଇଛନ୍ତି ଓ ଗଣତନ୍ତ୍ରର ପବିତ୍ରର ମନ୍ଦିରର ଗରିମାକୁ କ୍ଷୁଣ୍ଣ କରିଛନ୍ତି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ରାହୁଲ ଏହି ପ୍ରସଙ୍ଗରେ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି।
The post ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ appeared first on Dharitri Odia News.