ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍‌ଆଇଆର

ନୂଆଦିଲ୍ଲୀ,୨୬।୯: ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀ ଏଫ୍‌ଆଇଆର ଦାଖଲ କରିଥିଲେ। ଡକ୍ଟର ମେଧା କିରିଟ ସୋମାୟାଙ୍କ ଓକିଲ ବିବେକାନନ୍ଦ ଗୁପ୍ତା କହିଛନ୍ତି ଯେ, ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ସଞ୍ଜୟ […] The post ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍‌ଆଇଆର appeared first on Dharitri Odia News.

ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍‌ଆଇଆର

ନୂଆଦିଲ୍ଲୀ,୨୬।୯: ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀ ଏଫ୍‌ଆଇଆର ଦାଖଲ କରିଥିଲେ।

ଡକ୍ଟର ମେଧା କିରିଟ ସୋମାୟାଙ୍କ ଓକିଲ ବିବେକାନନ୍ଦ ଗୁପ୍ତା କହିଛନ୍ତି ଯେ, ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ସଞ୍ଜୟ ରାଉତଙ୍କ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୧୫ ଦିନିଆ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୫,୦୦୦ ଟଙ୍କା ଜରିମାନା କରାଯାଇଛି।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ମେଧା ସୋମାୟା ତାଙ୍କ ଓକିଲ ବିବେକାନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏଫ୍‌ଆଇଆରରେ ଅଭିଯୋଗ ଆଣିଥିଲେ କି ସଞ୍ଜୟ ରାଉତ ତାଙ୍କ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ଭିତ୍ତିହୀନ ଏବଂ ସଂପୂର୍ଣ୍ଣ ମାନହାନି ଅଭିଯୋଗ ଆଣିଥିଲେ। ସେ କହିଛନ୍ତି, ସଞ୍ଜୟ ରାଉତ ତାଙ୍କ ଉପରେ ଶୌଚାଳୟ ନିର୍ମାଣରେ ୧୦୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ।

 

The post ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍‌ଆଇଆର appeared first on Dharitri Odia News.