ପୁଣି ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୩: ପୁଣିଥରେ ତାମିଲନାଡୁ ରାଜ୍ୟପାଳଙ୍କୁ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଡିଏମକେ ମନ୍ତ୍ରୀ ଦୋଷମୁକ୍ତ ହେବା ପରେ ମଧ୍ୟ ପୁଣିଥରେ ତାଙ୍କୁ ମନ୍ତ୍ରୀ କରିବାକୁ ମନା କରିବା ପରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଟିପ୍ପଣୀ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯଦି ରାଜ୍ୟପାଳ ସମ୍ବିଧାନ ପାଳନ କରୁ ନାହାନ୍ତି, ତେବେ ସରକାର କଣ କରୁଛନ୍ତି ? ସୁପ୍ରିମକୋର୍ଟର ଏହି ଖଣ୍ଡପୀଠରେ […] The post ପୁଣି ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ପୁଣିଥରେ ତାମିଲନାଡୁ ରାଜ୍ୟପାଳଙ୍କୁ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଡିଏମକେ ମନ୍ତ୍ରୀ ଦୋଷମୁକ୍ତ ହେବା ପରେ ମଧ୍ୟ ପୁଣିଥରେ ତାଙ୍କୁ ମନ୍ତ୍ରୀ କରିବାକୁ ମନା କରିବା ପରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଟିପ୍ପଣୀ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯଦି ରାଜ୍ୟପାଳ ସମ୍ବିଧାନ ପାଳନ କରୁ ନାହାନ୍ତି, ତେବେ ସରକାର କଣ କରୁଛନ୍ତି ?
ସୁପ୍ରିମକୋର୍ଟର ଏହି ଖଣ୍ଡପୀଠରେ ବିଚାରପତି ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସାମିଲ ହୋଇଛନ୍ତି। ଡିଏମକେ ନେତା କେ ପଦ୍ମିନୀଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଗୋଟିଏ ଦିନ ସମୟ ଦିଆଯାଇଛି।
ଆର ପୋ ରବିଙ୍କୁ ରାଜ୍ୟ କ୍ୟାବିନେଟରେ ପୁଣିଥରେ ସାମିଲ କରିବାକୁ ମନା କରିବା ପରେ ଏମ.କେ ଷ୍ଟାଲିନ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏହା ସାମ୍ବିଧାନର ନୈତିକତା ବିରୁଦ୍ଧରେ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ତାମିଲନାଡୁ ସରକାର କହିଛନ୍ତି। ନିକଟରେ ଏକ ସମ୍ପତ୍ତି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ମାଡ୍ରାସ ହାଇକୋର୍ଟ ପୋନମୁଦିଙ୍କୁ ଜଣେ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏହା ପରେ ତାମିଲନାଡୁ ସରକାର ପୋନମୁଦିଙ୍କୁ ମନ୍ତ୍ରୀ ଭାବେ ପୁନଃସ୍ଥାପିତ କରିବାକୁ ଦାବି କରିଥିଲେ, କିନ୍ତୁ ରାଜ୍ୟପାଳ କହିଛନ୍ତି ଯେ ତାଙ୍କ ଦଣ୍ଡ କେବଳ ସ୍ଥଗିତ ରଖାଯାଇଛି।
The post ପୁଣି ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.