BIG BREAKING: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଡ଼ିଶା ଭାସ୍କର: ସବୁ ଚର୍ଚ୍ଚା ଓ ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ, ଶେଷରେ ବିଜେଡି ଘୋଷଣା କରିଛି ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ। ତେବେ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। କଟକ-ବାରବାଟୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଯୁବ ମୋର୍ଚ୍ଚା ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ସୂଚନା ଥାଉକି, ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, […]

BIG BREAKING: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଡ଼ିଶା ଭାସ୍କର: ସବୁ ଚର୍ଚ୍ଚା ଓ ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ, ଶେଷରେ ବିଜେଡି ଘୋଷଣା କରିଛି ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ। ତେବେ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। କଟକ-ବାରବାଟୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଯୁବ ମୋର୍ଚ୍ଚା ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ।

ସୂଚନା ଥାଉକି, ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ତେବେ ବର୍ତ୍ତମାନ ବିଜେଡି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ଫଳରେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ରହିଛି। କୁହାଯାଉଛି ଯେ, ବିଜେଡି ଭାବିଚିନ୍ତି ଆସନ୍ତାକାଲି ଏହି ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ତେବେ ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ ବିଜେଡି କାହାକୁ ସୁଯୋଗ ଦେବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏଠାରେ କହି ରଖୁଛୁ ଯେ, ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।