ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର ୧୩।୦୩ : ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ହଳଦିପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋର ଅଞ୍ଚଳରୁ ବସ୍ତା ଅଭିମୁଖେ ଯାଉଥିଲେ ଏକ ପିକ୍‌ଅପ୍‌ ଭ୍ୟାନ୍‌ । ଏହି ସମୟରେ ପଛପଟୁ ଆସି ଧକ୍କା ଦେଇଥିଲେ ଏକ ଟ୍ରକ । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥାକୁ ଦୃଷ୍ଟିରେ ରଖି କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକଙ୍କ ନାମ ସରଜୁ ସାହା ବୋଲି ଜଣାପଡିଛି । ସରଜୁଙ୍କ ଘର ସୋର ଅଞ୍ଚଳର ବୋଲି ସୂଚନା ରହିଛି ।   

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର ୧୩।୦୩ : ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ହଳଦିପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ସୋର ଅଞ୍ଚଳରୁ ବସ୍ତା ଅଭିମୁଖେ ଯାଉଥିଲେ ଏକ ପିକ୍‌ଅପ୍‌ ଭ୍ୟାନ୍‌ । ଏହି ସମୟରେ ପଛପଟୁ ଆସି ଧକ୍କା ଦେଇଥିଲେ ଏକ ଟ୍ରକ । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥାକୁ ଦୃଷ୍ଟିରେ ରଖି କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକଙ୍କ ନାମ ସରଜୁ ସାହା ବୋଲି ଜଣାପଡିଛି । ସରଜୁଙ୍କ ଘର ସୋର ଅଞ୍ଚଳର ବୋଲି ସୂଚନା ରହିଛି ।