କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼, ମୁହଁବନ୍ଧା ମୃତଦେହ ଉଦ୍ଧାର କରିଥିଲା। ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରି ଖବରଦାତା ସମ୍ମିଳନୀ କରି ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏହି ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର […] The post କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼, ମୁହଁବନ୍ଧା ମୃତଦେହ ଉଦ୍ଧାର କରିଥିଲା। ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ବଲାଙ୍ଗୀର ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରି ଖବରଦାତା ସମ୍ମିଳନୀ କରି ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏହି ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କଠାରୁ ୧୫ ଲକ୍ଷ ଟଙ୍କାର ହୀରା, ଏକ କାର୍‌ ଓ ୪ ବାଇକ୍‌, ବନ୍ଧୁକ ଓ ମୋବାଇଲ ଜବତ କରାଯାଇଛି।

The post କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.