ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି ଅବସରରେ ଭୂତସରସିଙ୍ଗି ସରପଞ୍ଚ ମନୋଜ କୁମାର ଦାଶଙ୍କ ସଂଯୋଜନାରେ ଶହଶହ ସଂଖ୍ୟାରେ ମହିଳା, ପୁରୁଷ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିବା ବେଳେ ମନ୍ତ୍ରୀ ମଧ୍ୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ସୀତାରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ […] The post ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.
ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି ଅବସରରେ ଭୂତସରସିଙ୍ଗି ସରପଞ୍ଚ ମନୋଜ କୁମାର ଦାଶଙ୍କ ସଂଯୋଜନାରେ ଶହଶହ ସଂଖ୍ୟାରେ ମହିଳା, ପୁରୁଷ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିବା ବେଳେ ମନ୍ତ୍ରୀ ମଧ୍ୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ସୀତାରାମ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଉପରେ ପଚାରି ବୁଝିଥିଲେ। ବର୍ତ୍ତମାନର ଭାଜପା ସରକାର ଲୋକଙ୍କ ସରକାର। ଏଣୁ ଲୋକଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରାଯାଉଛି, ଯେପରି ଲୋକଙ୍କ କୌଣସି ଅସୁବିଧା ରହିବ ନାହିଁ ସେଥିନେଇ ସରକାର ପଦକ୍ଷେପମାନ ନେଉଥିବା ବିଧାୟକ କହିଛନ୍ତି। ଏଥିରେ ଭାଜପା ନେତା ହରପ୍ରସାଦ ମିଶ୍ର, ଲିଟୁନ ଦାଶ, ଲଡୁ ପଣ୍ଡା, ବନମାଳି ପ୍ରଧାନଙ୍କ ସମେତ ବହୁ ଦଳୀୟକର୍ମୀ ଉପସ୍ଥିତ ଥିଲେ।
The post ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.