ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ
ଖୋର୍ଦ୍ଧା,୧୨ା୮(ପ୍ରଭାତ ପାଣିଗ୍ରାହୀ):ଗଜପତି ଜିଲା କୋଦୁଣୀ ଗ୍ରାମର ରଘୁ ରାଉତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପିଲାଦିନୁ ଘର ଛାଡ଼ି ଭିକ୍ଷାବୃତ୍ତି କରନ୍ତି। ପରିଣତ ବୟସରେ ଭିକ୍ଷାବୃତ୍ତି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲା ଅଟ୍ରିର ହଟକେଶ୍ୱର ମନ୍ଦିର ପରିସରରେ ଏକ ନୂତନ ଶନିଦେବଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ବାବଦରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ତିନିଦିନ ହେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ରବିବାର ଥିଲା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ। ଆଖପାଖ […] The post ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ appeared first on Dharitri Odia News.
ଖୋର୍ଦ୍ଧା,୧୨ା୮(ପ୍ରଭାତ ପାଣିଗ୍ରାହୀ):ଗଜପତି ଜିଲା କୋଦୁଣୀ ଗ୍ରାମର ରଘୁ ରାଉତ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ପିଲାଦିନୁ ଘର ଛାଡ଼ି ଭିକ୍ଷାବୃତ୍ତି କରନ୍ତି। ପରିଣତ ବୟସରେ ଭିକ୍ଷାବୃତ୍ତି କରି ଯାହା ଅର୍ଥ ସଞ୍ଚୟ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲା ଅଟ୍ରିର ହଟକେଶ୍ୱର ମନ୍ଦିର ପରିସରରେ ଏକ ନୂତନ ଶନିଦେବଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ବାବଦରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ତିନିଦିନ ହେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ରବିବାର ଥିଲା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଯୋଗଦେଇ ରଘୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ହଟକେଶ୍ୱର ଦେବଙ୍କ ବରିଷ୍ଠ ସେବାୟତ ଦିଲୀପ ପଣ୍ଡା କହିଛନ୍ତି, ଦୀର୍ଘ ବର୍ଷ ହେବ ହଟକେଶ୍ୱରଙ୍କ ପୀଠ ରାସ୍ତାକଡ଼ରେ ରଘୁ ଭିକ୍ଷାବୃତ୍ତି କରିଆସୁଥିଲେ। ଭିକ୍ଷାବୃତ୍ତିରୁ ଯାହା ସଞ୍ଚୟ କରିଥିଲେ, ସେଥିରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ସେବାୟତ ସଂଘ ସହ ଆଲୋଚନା କରିଥିଲେ। ପୂର୍ବରୁ ଓସ୍ତଗଛ ମୂଳେ ଶନିଦେବ ପୂଜା ପାଉଥିବା ବେଳେ ଏବେ ରଘୁଙ୍କ ସଞ୍ଚିତ ଅର୍ଥରେ ଏହି ମନ୍ଦିର ନିର୍ମାଣ ହୋଇଛି। ଆଜିର ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଦାନ କରିବାକୁ ଲୋକେ ପଛଘୁଞ୍ଚା ଦେଉଥିବା ବେଳେ ଜଣେ ଦୃଷ୍ଟିବାଧିତ ହୋଇ ମଧ୍ୟ ରଘୁ ଦୀର୍ଘ ବର୍ଷ ଧରି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭିକ୍ଷାବୃତ୍ତି କରି ସଞ୍ଚିତ ଅର୍ଥ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ରଘୁଙ୍କ ପରିଣତ ବୟସରେ ନିଜର ଘରଟିଏ ନ ଥିବା ବେଳେ ତାଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ହଟକେଶ୍ୱର ସେବାୟତ ସଂଘ ଦାବି କରିଛି। ଏନେଇ ରଘୁ କହିଛନ୍ତି, ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛି। ମା’ବାପା ପଚାରିଲେନି। ଜଣେ ଅଫିସର କିଛିଦିନ ମୋତେ ତାଙ୍କ ପାଖରେ ରଖିଥିଲେ। ତେବେ ତାଙ୍କର ସନ୍ତାନ ଜନ୍ମ ହେବା ପରେ ସେ ବି ଛାଡିଦେଲେ। ଦୀର୍ଘବର୍ଷ ହେବ ଏଠାରେ ରହି ହଟକେଶ୍ୱରଙ୍କ ପୀଠରେ ଭିକ୍ଷାବୃତ୍ତି କରି ଚଳୁଛି। ଶନିଦେବ ବାହାରେ ପୂଜା ପାଉଛନ୍ତି ବୋଲି ଜାଣିବା ପରେ ମନ୍ଦିର ନିର୍ମାଣ ପାଇଁ କିଛି ସହଯୋଗ କରିବାକୁ ଇଚ୍ଛା ହେଲା। ତେଣୁ ସଞ୍ଚିତ ଅର୍ଥ ମନ୍ଦିର କାମରେ ଲଗାଇଲି। ଠାକୁରଙ୍କ କୃପାରୁ ମୋ’ ଇଚ୍ଛା ଆଜି ପୂରଣ ହୋଇଛି। ନିଜ ଆଖିରେ ସେହି ପୁଣ୍ୟ କାର୍ଯ୍ୟକୁ ଦେଖି ନ ପାରିଲେ ମଧ୍ୟ ଏହି କାର୍ଯ୍ୟ ମୋତେ ଆତ୍ମସନ୍ତୋଷ ଦେଇଛି।
The post ଦୃଷ୍ଟିବାଧିତ ରଘୁଙ୍କ ଭିକ୍ଷାବୃତ୍ତି ଅର୍ଥରେ ଶନିମନ୍ଦିର ନିର୍ମାଣ appeared first on Dharitri Odia News.