ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଜୁନ୍ ୧୫-୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ସାଇଟ୍ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ କାର୍ନିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ଏବଂ ଶିଖର ସମ୍ମିଳନୀ ସମୟରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ନିକଟରେ ହୋଇଥିବା କାନାଡା ନିର୍ବାଚନରେ ବିଜୟୀ ହୋଇଥିବା କାର୍ନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ। ଏହା ସହ […]

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଜୁନ୍ ୧୫-୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ସାଇଟ୍ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ କାର୍ନିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ଏବଂ ଶିଖର ସମ୍ମିଳନୀ ସମୟରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ନିକଟରେ ହୋଇଥିବା କାନାଡା ନିର୍ବାଚନରେ ବିଜୟୀ ହୋଇଥିବା କାର୍ନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ। ଏହା ସହ କାନାନାସ୍କିସ୍ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିବା ଏକ୍ସରେ ଜଣାଇଛନ୍ତି।