ଗିଲ୍‌ ମୋ ଆଦର୍ଶ: ସ୍ନେହିତ

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଶଂସକ କାହିଁରେ କେତେ। ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ତାଙ୍କୁ ଅନେକେ ଆଦର୍ଶ ବୋଲି ମନେ କରିଥାନ୍ତି। ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ଏବଂ ଭାରତୀୟ ମୂଳର ସ୍ନେହିତ ରେଡ୍ଡି ସେମାନଙ୍କ ମଧ୍ୟରୁ ଜଣେ। ନେପାଳ ବିପକ୍ଷରେ ଶତକ ମାରିବା ପରେ ସେ ଗିଲଙ୍କ ଭଳି ସେଲିବ୍ରେଶନ କରୁଥିବା ଦେଖାଯାଇଥିଲା। ଏନେଇ ପଚରାଯିବାରେ ସେ ଗିଲଙ୍କୁ ଆଦର୍ଶ ବୋଲି କହିବାକୁ ପଛାଇ ନାହାନ୍ତି। ମ୍ୟାଚ୍‌ ପରେ […] The post ଗିଲ୍‌ ମୋ ଆଦର୍ଶ: ସ୍ନେହିତ appeared first on Dharitri Odia News.

ଗିଲ୍‌ ମୋ ଆଦର୍ଶ: ସ୍ନେହିତ

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଶଂସକ କାହିଁରେ କେତେ। ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ତାଙ୍କୁ ଅନେକେ ଆଦର୍ଶ ବୋଲି ମନେ କରିଥାନ୍ତି। ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ଏବଂ ଭାରତୀୟ ମୂଳର ସ୍ନେହିତ ରେଡ୍ଡି ସେମାନଙ୍କ ମଧ୍ୟରୁ ଜଣେ। ନେପାଳ ବିପକ୍ଷରେ ଶତକ ମାରିବା ପରେ ସେ ଗିଲଙ୍କ ଭଳି ସେଲିବ୍ରେଶନ କରୁଥିବା ଦେଖାଯାଇଥିଲା। ଏନେଇ ପଚରାଯିବାରେ ସେ ଗିଲଙ୍କୁ ଆଦର୍ଶ ବୋଲି କହିବାକୁ ପଛାଇ ନାହାନ୍ତି।

ମ୍ୟାଚ୍‌ ପରେ ସେ କହିଛନ୍ତି, ଆମେ ଏହି ମୁକାବିଲା ପୂର୍ବରୁ କଥା ହେଉଥିଲୁ କି କିଭଳି ସେଲିବ୍ରେଶନ କରିବୁ। ଗିଲଙ୍କ ଭଳି ଷ୍ଟାଇଲ୍‌ରେ ତାହା କରିବି ବୋଲି ମୁଁ ସ୍ଥିର କରିଥିଲି। ସେ ମୋର ପସନ୍ଦର କ୍ରିକେଟର୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ବ୍ୟାଟିଂ ମୋତେ ଭଲ ଲାଗେ। ଏଣୁ ତାଙ୍କ ଶୈଳୀକୁ ମୋ ବ୍ୟାଟିଂରେ ପ୍ରତିଫଳନ କରିବାକୁ ଚେଷ୍ଟା କରିଛି ବୋଲି ସ୍ନେହିତ କହିଛନ୍ତି।

ବିଜୟଓ୍ବାଡାରେ ଜନ୍ମିତ ୧୭ ବର୍ଷୀୟ ସ୍ନେହିତ ୧୪୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୩୦୨ ରନ୍‌ର ଟାର୍ଗେଟ ଦେଇଥିଲା। ଏହାପରେ ନେପାଳ ଇନିଂସକୁ ନ୍ୟୁଜିଲାଣ୍ଡ ୨୩୮ ରନ୍‌ରେ ସୀମିତ କରି ୬୪ ରନ୍‌ରେ ବିଜେତା ହୋଇଛି।

The post ଗିଲ୍‌ ମୋ ଆଦର୍ଶ: ସ୍ନେହିତ appeared first on Dharitri Odia News.